ହିଣ୍ଡେନବର୍ଗ ରିପୋର୍ଟ ପରେ ୧୭% ଖସିଲା ଆଦାନୀ ସେୟାର
ହିଣ୍ଡେନବର୍ଗ ରିପୋର୍ଟ ମଧ୍ୟରେ ଖସିଲା ଆଦାନି ଗ୍ରୁପ୍ ସେୟାର। ଖବର ମୁତାବକ, ଆଦାନୀ ସେୟାର 17.06% ହ୍ରାସ ହୋଇଥିବା ଜଣାପଡିଛି। ସୋମବାର ଆଦାନୀ ଗ୍ରୁପ୍ ପାଇଁ ପୁଣି ଥରେ କଳା ଦିନ ସାବ୍ୟସ୍ତ ହୋଇଛି। ସେହିପରି ଆଦାନୀ ଏଣ୍ଟରପ୍ରାଇଜେସ୍ 5.27% ହ୍ରାସ ପାଇ 3,018.55 ଟଙ୍କାରେ ପହଞ୍ଚିଛି।
ବଜାର ଖୋଲିବା ମାତ୍ରେ ଆଦାନି ଏନର୍ଜି ସଲ୍ୟୁସନ୍ସ ବ୍ୟବସାୟର ସର୍ବ ବୃହତ ହ୍ରାସ ଘଟିଥିଲା। କିଛି ସମୟ ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆସିବା ପୂର୍ବରୁ 17.06% ହ୍ରାସ ପାଇଥିଲା ଏନର୍ଜି ସଲ୍ୟୁସନ୍ସ। ସେହିପରି ଆଦାନୀ ଗ୍ରୀନ୍ ଏନର୍ଜି 6.96% ହ୍ରାସ ପାଇ 1,656.05 ଟଙ୍କା ହୋଇଛି। ଏଥିସହ ACC, ଅମ୍ବୁଜା ସିମେଣ୍ଟ ଏବଂ NDTV ମଧ୍ୟ 2-3% ହ୍ରାସ ଘଟିଛି।
ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଆଦାନି ଗ୍ରୁପ୍ ପକ୍ଷରୁ ସଫେଇ ଦିଆ ଯାଇଥିଲେ ମଧ୍ୟ ଆଜି ଏହାର ସେୟାର ବଜାର ପ୍ରଭାବିତ ହୋଇଛି। ସେନସେକ୍ସରେ ଆଦାନୀ ଟୋଟାଲ ଗ୍ୟାସ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆଦାନୀ ପାୱାର ଓ ଆଦାନୀ ୱିଲମାରର ସେୟାର ୩ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ସେହିପରି ଆଦାନୀ ଗ୍ରୀନ୍ ଏନର୍ଜି ପ୍ରାୟ ଅଢ଼େଇ ପ୍ରତିଶତ ହ୍ରାସ ପାଇଛି।
ଗତବର୍ଷ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଆଦାନି ଗ୍ରୁପ୍ ସେୟାର ବଜାରରେ ଏକ ବଡ଼ ଧରଣର କ୍ଷତି ସହିଥିଲା। ଶେଷରେ 2024 ଜାନୁଆରୀରେ ହିଣ୍ଡେନବର୍ଗର ରିପୋର୍ଟକୁ ଭିତ୍ତିହୀନ ଦର୍ଶାଇଥିଲେ ସୁପ୍ରିମକୋର୍ଟ।
Powered by Froala Editor