ମୟୂର ମାରି ମାଂସ ତରକାରୀ କଲେ ୟୁଟ୍ୟୁବର, ମାମଲା ରୁଜୁ
ବନ୍ୟଜନ୍ତୁ ଘରେ ପାଳିବା ଅପରାଧ । ତେବେ ବନ୍ୟଜନ୍ତୁକୁ ମାରି ଖାଇବା କେତେଦୂର ଯୁକ୍ତିଯୁକ୍ତ? ଜଣେ ୟୁଟ୍ୟୁବର ଭିଡିଓ ସୁଟିଂ କରିବା ପାଇଁ ଏକ ମୟୂରକୁ ମାରି ମାଂସ ତରକାରୀ କରି ଖାଇଛନ୍ତି । ୟୁଟ୍ୟୁବରେ ଏହି ଭିଡିଓକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।
ବାସ୍ତବରେ ୟୁଟ୍ୟୁବର କୋଡମ ପ୍ରଣୟ କୁମାର ତାଙ୍କ ଚ୍ୟାନେଲରେ ‘ମୟୂର କରି’ର ରେସିପି ଅପଲୋଡ୍ କରିଥିଲେ। ପ୍ରଣୟ ସିର୍ସିଲା ଜିଲାର ଟାଙ୍ଗଲାପାଲ୍ଲୀର ମୂଳ ବାସିନ୍ଦା। ‘ମୟୂର କରି’ର ରେସିପି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଏହି ଭିଡିଓ ଭାଇରାଲ ହେବାର କିଛି ସମୟ ପରେ ସେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ବର୍ତ୍ତମାନ ଭାରତର ଜାତୀୟ ପକ୍ଷୀର ବେଆଇନ ହତ୍ୟାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ପ୍ରଣୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଯଦିଓ ଏହି ଭିଡିଓକୁ ଚ୍ୟାନେଲରୁ ହଟାଇ ଦିଆଯାଇଛି, ପ୍ରାଣୀ ଅଧିକାର କର୍ମୀମାନେ ପ୍ରଣୟ କୁମାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାପୂର୍ବରୁ ସେ ନିଜ ଚ୍ୟାନେଲରେ ବଣୁଆ ଘୁଷୁରୀ ରାନ୍ଧିବା ଭିଡିଓ ବି ଶେୟାର କରିଥିଲେ।
Powered by Froala Editor