ଶାଢି କିଲରର ସ୍କେଚ୍ ଜାରି କଲା ୟୁପି ପୁଲିସ
ଉତ୍ତର ପ୍ରଦେଶରେ ପୁଲିସ୍ର ନିଜ ହଜାଇ ଦେଇଛନ୍ତି ସନ୍ଦିଗ୍ଧ ସରିଏଲ କିଲର। ପ୍ରାୟତଃ ଏକ ନିର୍ଦ୍ଧିଷ୍ଟ ବୟସ ଗ୍ରୁପ୍ର ମହିଳାଙ୍କୁ ଏହି ହତ୍ୟାକାରୀ ଟାର୍ଗେଟ୍ କରୁଛି । ଗତ ୧୩ ମାସ ମଧ୍ୟରେ ୯ ଜଣଙ୍କୁ ଏକ ଶୈଳୀରେ ହତ୍ୟାକରୁଛି ହତ୍ୟାକାରୀ । ପୁଲିସ ପକ୍ଷରୁ ୩ ସନ୍ଦିଗ୍ଧ ସିରିଏଲ କିଲରଙ୍କ ସ୍କେଚ ଜାରି କରାଯାଇଛି।
ଉତ୍ତର ପ୍ରଦେଶର ବରେଲୀର ଗ୍ରାମାଞ୍ଚଳରେ ୯ ଜଣ ମହିଳାଙ୍କୁ ୧୩ ମାସ ମଧ୍ୟରେ ପ୍ରାୟତଃ ସମାନ ଢଙ୍ଗରେ ହତ୍ୟା କରାଯାଇଛି। ମହିଳାମାନଙ୍କୁ ସେମାନଙ୍କ ଶାଢ଼ିରେ ତଣ୍ଟି ଚିପି ହତ୍ୟା କରାଯାଇଛି। ସମସ୍ତଙ୍କ ମୃତଦେହ ଖୋଲା ପଡ଼ିଆରୁ ହିଁ ପୁଲିସ୍ ଜବତ କରିଛି। ତେଣୁ ସିରିଏଲ କିଲର ଶାଢ଼ି କିଲର ଭାବେ ପୂରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।
ପୁଲିସର ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ବରେଲୀର ଶଶି, ଶେଷଗଡ଼ ଏବଂ ଶେରଗଡ଼ ପୁଲିସ ଥାନା ଅଞ୍ଚଳରୁ ୮ ଜଣ ମହିଳାଙ୍କ ହତ୍ୟା କରିଛି ଏହି ସିରିଏଲ୍ କିଲର୍ । ଏମାନଙ୍କ ବୟସ ୪୦ରୁ ୬୫ ବର୍ଷ ମଧ୍ୟରେ ରହିଥିଲା। ଏହି ଅଞ୍ଚଳ ଗୁଡ଼ିକର ସୀମା ଲଗାଲଗି ହୋଇ ରହିଛି । ସମସ୍ତ ମର୍ଡର କେସ୍ରେ ମୃତଦେହଗୁଡ଼ିକ ଆଖୁ କିଆରୀରୁ ଉଦ୍ଧାର କରିଛି ପୁଲିସ । ମୃତଦେହ ଗୁଡ଼ିକ ଦେହରୁ ଶାଢ଼ି ଖୋଲା ଅବସ୍ଥାରେ ମଳିଥିବା ବେଳେ ହତ୍ୟାକାରୀ ସେମାନଙ୍କୁ କୌଣସି ଶାରୀରିକ ନିର୍ଯ୍ୟାତନା ଦେଇନାହିଁ ବୋଲି ପୁଲିସ କହିଛି । ମହିଳାମାନେ ପିନ୍ଧିଥିବା ଶାଢ଼ିରେ ହତ୍ୟାକାରୀ ସେମାନଙ୍କ ତଣ୍ଟି ଚିପି ମାରୁଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିିଛି । ୩ଟି ହତ୍ୟାକାଣ୍ଡ ଜୁନରେ ଘଟିଥିବା ବେଳେ ଜୁଲାଇ, ଅଗଷ୍ଟ ଓ ଅକ୍ଟୋବରରେ ଜଣେ ଲେଖାଏ ଓ ନଭେମ୍ବରରେ ୨ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା।
Powered by Froala Editor