ଭିନେଶଙ୍କୁ ପ୍ରବୋଧନା ଦେଇ ଏହା କହିଲେ ମୋଦୀ
ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ଭାରତ ହାତ ଛଡା କରିଛି ଆଉ ଏକ ନିଶ୍ଚିତ ପଦକ । କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଙ୍କୁ ଲାଗିଛି ବଡ ଝଟକା । ଧାର୍ୟ୍ୟ ସୀମାଠାରୁ ସେ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଯାହାଫଳରେ ବିନା ମେଡାଲରେ ସ୍ୱଦେଶ ଫେରିବେ ଭିନେଶ ଫୋଗଟ । ଏହାରି ଭିତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିନେଶଙ୍କୁ ପ୍ରବୋଧନା ଦେଇଛନ୍ତି । ଏନେଇ ମୋଦୀ ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଭିନେଶ, ତୁମେ ଚାମ୍ପିଅନ ଭିତରେ ଚାମ୍ପିଅନ । ତୁମେ ଭାରତ ପାଇଁ ଗର୍ବ । ତୁମେ ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା । ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କର । ଆମେ ସମସ୍ତେ ତୁମ ସହ ଅଛୁ ।
ପ୍ରକାଶ ଯେ ଭିନେଶ ଫୋଗଟ ଡିସକ୍ୱାଲିଫାଏଡ ଘୋଷିତ ହୋଇଛନ୍ତି । ଧାର୍ଯ୍ୟ ଠାରୁ ଅଧିକ ଓଜନ ହେବାରୁ ସେ ଡିସକ୍ୱାଲିଫାଏଡ ଘୋଷିତ ହୋଇଛନ୍ତି । ୫୦ କେଜି ଠାରୁ ଭିନେଶ ସାମାନ୍ୟ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି । ୫୦ କେଜି ଠାରୁ ମାତ୍ର କିଛି ଗ୍ରାମ ଅଧିକ ଓଜନ ହୋଇଥିବା ସୂଚନା ମିଳିଛି । ୫୦କେଜି ମହିଳା କୁସ୍ତିବର୍ଗରେ ଭିନେଶ ଗତକାଲି ଫାଇନାଲକୁ ଯାଇଥିଲେ । ଆଜି ରାତିରେ ଭିନେଶଙ୍କ ପାଇନାଲ ମୁକାବିଲା ହେବାର ଥିଲା ।
Powered by Froala Editor