କୋଚିଂ ସେଣ୍ଟର ପାଇଁ ଆସିବ ନୂଆ ଆଇନ୍
କୋଚିଂ ସେଣ୍ଟର୍ର ବେସ୍ମେଣ୍ଟ୍ରେ ପାଣି ପଶି ୩ ଜଣ ୟୁପିଏସସି ଆଶାୟୀଙ୍କ ଜୀବନହାନୀ ଘଟିବା ପରେ ଦିଲ୍ଲୀ ସରକାର ଏକ ନୂତନ ଆଇନ ଆଣିବେ ବୋଲି କହିଛନ୍ତି। ଦିଲ୍ଲୀର ରାୟସ କୋଚିଂ ସେଣ୍ଟର ବେସ୍ମେଣ୍ଟରେ ପାଣି ପଶି ୩ ଜଣଙ୍କ ମୃତ୍ୟୁ ପରେ ଦିଲ୍ଲୀ ସରକାର ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ବୋଲି ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ଆତୀଶି ଘୋଷଣା କରିଛନ୍ତି। କୋଚିଂ ସେଣ୍ଟର ପାଇଁ ନିୟମାବଳୀ ପ୍ରସ୍ତୁତ କରିବାକୁ ଅଧିକାରୀ, ଛାତ୍ରଙ୍କୁ ନେଇ ଦିଲ୍ଲୀ ସରକାର ଏକ କମିଟି ଗଠନ କରିବେ ବୋଲି ସେ କହିଛନ୍ତି।
ଏହି କମିଟିରେ ଅଧିକାରୀ, ଛାତ୍ର ଏବଂ କୋଚିଂ ପ୍ରତିଷ୍ଠାନ ସାମିଲ ହେବେ। ନିୟାମକ ଦ୍ୱାରା କୋଚିଂ ପ୍ରତିଷ୍ଠାନଗୁଡ଼ିକର ଫିସ୍ ଉପରେ ନଜର ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅତିଶୀ କହିଛନ୍ତି ଯେ ଆଇନର ଉଲ୍ଲଂଘନ କରି ବେସମେଣ୍ଟ ବ୍ୟବହାର କରିଥିବା କୋଚିଂ ସେଣ୍ଟର ଉପରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) କଟକଣା ଜାରି କରିଛି।
ରାଜିନ୍ଦର ନାଗର, ମୁଖାର୍ଜୀ ନାଗର, ଲକ୍ଷ୍ମୀ ନାଗର ଏବଂ ପ୍ରୀତ ବିହାରର ୩୦ଟି କୋଚିଂ ସେଣ୍ଟରର ବେସମେଣ୍ଟକୁ ଏହି ଘଟଣା ଘଟିବା ପରେ ସିଲ୍ କରାଯାଇଥିବା ବେଳେ ଅନ୍ୟ ୨୦୦ କୋଚିଂ ସେଣ୍ଟରକୁ ନୋଟିସ୍ ଜାରି କରାଯାଇଛି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, “ଯଦି କୌଣସି ଅଧିକାରୀ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Powered by Froala Editor