୩ ୟୁପିଏସ୍ଇ ଆଶାୟୀଙ୍କ ମୃତ୍ୟୁ ଘଟଣା : ପାର୍କିଂ ସ୍ଥଳରେ ଥିଲା କୋଚିଂ ସେଣ୍ଟର, ମାଲିକ ଗିରଫ
ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରର ଏକ IAS କୋଚିଂ ସେଣ୍ଟରରେ ପାଣି ପଶିଯିବାରୁ ତିନିଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀଙ୍କ ନାମ ତାନିଆ ସୋନି (ତେଲେଙ୍ଗାନା), ଶ୍ରେୟା ଯାଦବ (ୟୁପି) ଏବଂ ନେଭିନ୍ ଡାଲଭିନ (କେରଳ) ବୋଲି ଜଣାପଡିଛି। ସମସ୍ତ ତିନି ଜଣ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ତେବେ ଏପରି ଏକ ଦୁଃଖଦ ଘଟଣା ପାଇଁ ସମ୍ପୂର୍ଣ୍ଣ ରୂପେ କୋଚିଂ ସେଣ୍ଟରକୁ ଦାୟୀ କରାଯାଇଛି। ତେବେ ଦିଲ୍ଲୀ ପୁଲିସ ପକ୍ଷରୁ ବର୍ତ୍ତମାନ କୋଚିଂ ସେଣ୍ଟରର ମାଲିକ ଓ ସଂଯୋଜକଙ୍କୁ ଗିରଫ କରିଛି।
ଡିସିପି ଏମ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ୧୦୫, ୧୦୬ (୧) ଆଇପିସି, ୧୧୫ (୨), ୨୯୦ (ବିଲ୍ଡିଂ ଭାଙ୍ଗିବା, ମରାମତି କିମ୍ବା ନିର୍ମାଣ ସଂପର୍କରେ ଅବହେଳା) ଏବଂ ଧାରା ୩୫ ଅଧୀନରେ ମାମଲା ପଂଜିକୃତ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି।
ଅଧିକାରୀଙ୍କ ଅନୁଯାୟୀ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବେସମେଣ୍ଟରେ ଏକ ଲାଇବ୍ରେରୀ ଥିଲା । ବେସମେଣ୍ଟ ମଧ୍ୟ ମାତ୍ର ୮ ଫୁଟ ତଳେ ଥିଲା। ଏହି କାରଣରୁ ହିଁ ହଠାତ୍ ବନ୍ୟା ପାଣି ମାଡ଼ିଯିବାରୁ ଛାତ୍ରଛାତ୍ରୀମାନେ ବୁଡ଼ି ଯାଇଥିଲେ। କୋଚିଂ ସେଣ୍ଟରକୁ ଚଳିତ ମାସ ଆରମ୍ଭରେ ନୋ ଅବଜେକସନ ସାର୍ଟିଫିକେଟ୍ (NOC) ମିଳିଥିଲା, ଯେଉଁଥିରେ ତିନି ମହଲା ବିଶିଷ୍ଟ ଏହି ବିଲ୍ଡିଂର ତଳେ ଏକ ଷ୍ଟିଲ୍ ପାର୍କିଂ ସ୍ଥାନ ଏବଂ ଏକ ବେସମେଣ୍ଟ ପାଇଁ କ୍ଲିୟରାନ୍ସ ଦିଆଯାଇଥିଲା। ଏହି ଅଞ୍ଚଳ ଷ୍ଟୋର୍ ବା ପାର୍କିଂ ପାଇଁ ବ୍ୟବହାର ହେବା କଥା। କିନ୍ତୁ ଏଠାରେ ଲାଇବ୍ରେରୀ ଖୋଲା ଯାଇଥିଲା।
Powered by Froala Editor