ନଗମା ନା ସନମ : ପାକିସ୍ତାନରୁ ଫେରିବା ପରେ ଫସିଛନ୍ତି ମହିଳା

ପ୍ରେମ ପାଇଁ ଜଣେ ମହିଳା ପାକିସ୍ତାନ ଯିବାକୁ ମଧ୍ୟ ପଛାଇ ନାହାନ୍ତି। ହେଲେ ଏଥିପାଇଁ ତାଙ୍କୁ ଏବେ ଆଇନର ଜାଲରେ ଫସିବାକୁ ପଡ଼ିଛି। ଥାନେର ନଗମା ନୁର ନିଜ ନାମ ପରିବର୍ତ୍ତନ କରି ପାକିସ୍ତାନ ଯାଇଥିବାରୁ ସେ ପୁଲିସ ର ରାଡାରରେ ଅଛନ୍ତି । ପୁଲିସ ସନ୍ଦେହ କରୁଛି ଯେ ନଗମା ନକଲି କାଗଜପତ୍ର ବ୍ୟବହାର କରି ଆଧାର କାର୍ଡ, ପାସପୋର୍ଟ ଏବଂ ଭିସା ହାସଲ କରିଥିଲେ । ଥାନେର ବର୍ତକ ନଗର ପୁଲିସ ଏହି ଘଟଣାରେ ଏତଲା ରୁଜୁ କରି ତଦନ୍ତ ଚଳାଇଛି ।
ପୂରା ଘଟଣା ଏମିତି। ଜୁଲାଇ ୧୭ରେ ନଗମା ପାକିସ୍ତାନରୁ ଫେରିଛନ୍ତି। ତାଙ୍କ ନାଁ ନଗମା ନୁର ମକସୁଦ ଅଲୀ। ହେଲେ ସେ ଭିସା ପାଇଁ ଦେଇଥିବା ଦସ୍ତାବିଜରେ ନାଁ ସନମ ଖାନ ରୁଖ ରହିଛି। ୨୦୨୧ରେ ନଗମା/ସନମ ପାକିସ୍ତାନର ଅବୋଟାବାଦରେ ରହୁଥିବା ବାବର ବଶିର ଅହମଦଙ୍କୁ ଫେସବୁକରେ ଭେଟିଥିଲେ। ସୋସିଆଲ ମିଡିଆରେ ବନ୍ଧୁତା କରିଥିଲେ ଏବଂ ପରେ ଦୁହେଁ ପ୍ରେମରେ ପଡ଼ି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସେ ପାକିସ୍ତାନରୁ ଫେରିବା ପରେ ପୁଲିସ୍ ତାଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ପାକିସ୍ତାନ ଯିବାକୁ ମହିଳା ଜଣଙ୍କ ସମ୍ଭବତଃ ନକଲି ଦସ୍ତାବିଜର ବ୍ୟବହାର କରିଥିଲେ। ତେବେ ନଗମାଙ୍କ ମା’ କହନ୍ତି, ସେ କିଛି ଭୁଲ୍ କରିନାହାନ୍ତି, ସବୁ କିଛି ବାସ୍ତବ ।
ନାମ ପରିବର୍ତ୍ତନ ବିଷୟରେ କହିବାକୁ ଗଲେ, ୨୦୧୫ ମସିହାରେ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କ ସହ ରହୁଥିବା ବେଳେ ଏହାକୁ ପରିବର୍ତ୍ତନ କରିଥିଲେ । ପ୍ରଥମ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ୨୦୨୧ରେ ତାଙ୍କ ଝିଅ ପାକିସ୍ତାନର ଆବୋଟାବାଦରେ ରହୁଥିବା ବଶିର୍ ଙ୍କ ସହ ବନ୍ଧୁତା କରିଥିଲେ ଏବଂ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।
Powered by Froala Editor