ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ଏହା ଘୋଷଣା କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ନୂଆଦିଲ୍ଲୀ:୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ । ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି ସୀତାରମଣ । ମୋଦି ସରକାର ୩.୦ର ଏହା ପ୍ରଥମ ବଜେଟ୍ ହୋଇଥିବାବେଳେ ଏଥିରୁ ଅନେକ ଆଶା ବାନ୍ଧି ବସିଛନ୍ତି ସବୁ ବର୍ଗର ଲୋକେ । ତେବେ ଅର୍ଥମନ୍ତ୍ରୀ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଘୋଷଣା କରିଛନ୍ତି । ବିହାରରେ ବିମାନବନ୍ଦର ଓ ମେଡିକାଲ କଲେଜର ବିକାଶ ହେବ । ନୂଆ ବିମାନମନ୍ଦର ଓ ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ । ସେହିପରି ଆନ୍ଧ୍ରପ୍ରଦେଶ ପାଇଁ ମଧ୍ୟ ଅର୍ଥମନ୍ତ୍ରୀ ବିଶେଷ ଘୋଷଣା କରିଛନ୍ତି । ପୋଲାଭରମ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ । ପୋଲାଭରମ ପ୍ରକଳ୍ପ ଆନ୍ଧ୍ରର ଜୀବନ ରେଖା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ତେବେ ବଜେଟ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ କ’ଣ ସବୁ କହିଛନ୍ତି ତାହା ସଂକ୍ଷେପରେ ଜାଣନ୍ତୁ
-ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା
- ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା
- ପିଏମ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବୃଦ୍ଧି କରାଯାଇଛି
-୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି
- ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା
-୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ
-୧କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ କରିବାକୁ ପ୍ରୋତ୍ସାହନ
-ଚାଷୀଙ୍କ ଉପôାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ
-ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ
-କୃଷିକ୍ଷେତ୍ର ପାଇଁ ୧ ଲକ୍ଷ ୫୨ହଜାର କୋଟିର ପ୍ରବଧାନ
-ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ‘ପୂର୍ବୋଦୟ’ ସ୍କିମ ।
-ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ ।
-ଏହି ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରେଦଶ ।
Powered by Froala Editor