କୋଣାର୍କରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ

ସୋମବାର କୋଣାର୍କରୁ ପୁରୀ ଫେରୁଥିବା ଛତିଶଗଡ଼ର ଏକ ପର୍ଯ୍ୟଟକ ବସ୍ ଦୁର୍ଘଯଣାଗ୍ରସ୍ତ ହୋଇଛି । ବେଳାମାର୍ଗ ପାଶ୍ୱର୍ରେ ଥିବା ଏକ ଗଛକୁ ଧକ୍କା ଦେବାରୁ ବସ୍ରେ ଥିବା ୪୦ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ଛତିଶଗଡ଼ର ବୋଲି ଜଣାପଡ଼ିଛି ।
କୋଣାର୍କ ଓ ଚନ୍ଦ୍ରଭାଗା ଓ ରାମଚଣ୍ଡୀ ବୁଲିସାରି ଛତିଶଗଡ଼ର ପର୍ଯ୍ୟଟକମାନେ ଏକ ବସ୍ ଯୋଗେ ପୁରୀ ଆସୁଥିଲେ । ସକାଳ ପ୍ରାୟ ୧୧ଟାରେ ଖାଲକଟାପାଟଣା ଛକ ନିକଟରେ ହଠାତ୍ ଏକ କାର୍ ବସ୍ ସମ୍ମୁଖକୁ ଚାଲି ଆସିଥିଲା । କାର୍କୁ ସୁରକ୍ଷା ଦେବା ପାଇଁ ବସ୍ଟି ଡାହାଣ ପଟକୁ ବୁଲି ପଡିଥିଲା । ଫଳରେ ରାସ୍ତା କଡ଼ ଗଛରେ ଧକ୍କା ହୋଇ ବସ୍ର ସମ୍ମୁଖ ଭାଗ ଭାଙ୍ଗିରୁଜି ନଷ୍ଟ ହୋଇଥିଲା ।
ଏଥିରେ ସାମ୍ନରେ ବସିଥିବା ପର୍ଯ୍ୟଟକମାନେ ଆହତ ହୋଇଥିଲେ । ରାମଚଣ୍ଡୀ ଥାନା ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ । ଦୁର୍ଘଟଣାଗ୍ରସ୍ତ ବସ୍କୁ ପୁଲିସ ଜବତ କରିଛି ।
Powered by Froala Editor