ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା, ଅଶୋକ ଦାସ ଉପନେତା

ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଦେଢ଼ ମାସ ପରେ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ ହୋଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ସେହିପରି ଅଶୋକ ଦାସ ବିଧାୟକ ଦଳର ଉପନେତା ହୋଇଛନ୍ତି। ବିଧାୟକ ସିଏସ୍ ରାଜନ ଏକ୍କାଙ୍କୁ ମୁଖ୍ୟ ସଚେତକ କରାଯାଇଛି। ଏକ୍କା ଜଣେ ଅବସରପ୍ରାପ୍ତ ଲେଟନାଣ୍ଟ କଲୋନେଲା। AICC ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଜାରି କରାଯାଇଛି ।
ସେପଟେ ରବିବାର ବିଧାନସଭାର ବଜେଟ ଅଧିବେଶନକୁ ନେଇ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା ବେଳେ ଏଥିରେ କଂଗ୍ରେସ ଯୋଗ ଦେଇନାହିଁ। କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା ହୋଇ ନ ଥିବା ବେଳେ ଦଳ ପକ୍ଷରୁ ସର୍ବଦଳୀୟ ବୈଠକରେ କେହି ଯୋଗ ଦେଇ ନ ଥିବା ଦେଖିବାକୁ ମିଳିଥିଲା।
Powered by Froala Editor