ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ଯା

ଆଠଗଡ: ଆଠଗଡ ଥାନା କୁଲାଇଲୋ ଗାଁରେ ଅଘଟଣ। ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଭାସ୍କର ଚନ୍ଦ୍ର ଦାସଙ୍କ ପୁଅ ଦେବପ୍ରସାଦ ଦାସ ବୋଲି ଜଣାପଡିଛି। ଦେବପ୍ରସାଦ ସାଇ ମନ୍ଦିର ନିକଟରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖାଯାଇଥିଲା। ପରେ ତାଙ୍କୁ ତୁରନ୍ତ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ୍ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
Powered by Froala Editor