ଏନକାଉଣ୍ଟରରେ ୧୨ ନକ୍ସଲ ନିହତ, ପୁଲିସ ଟିମ୍ ପାଇଁ ୫୧ ଲକ୍ଷ ପୁରସ୍କାର ଘୋଷଣା
ମହାରାଷ୍ଟ୍ର ଗଡ଼ଚିରୋଲି ନିକଟସ୍ଥ ଜଙ୍ଗଲରେ ପୁଲିସର ଏନ୍କାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହାସହ ମୃତ ମାଓବାଦୀଙ୍କ ପରିଚୟ ଏବଂ ଏହି ଅଞ୍ଚଳର ସନ୍ଧାନ ଜାରି ରହିଛି। ଏହି ଘଟଣାରେ ଜଣେ ସବ୍-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଏହି ସମୟରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ମୁଁ ଗଡଚିରୋଲି ପୁଲିସ ଟିମ୍ ପାଇଁ ୫୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରୁଛି।
ଗଡ଼ଚିରୋଲି ଏସ୍ପି କହିଛନ୍ତି, ଏନ୍କାଉଣ୍ଟର ପରେ ଘଟଣାସ୍ଥଳରୁ ପୁଲିସ୍ ୧୨ ଜଣ ନକ୍ସଲଙ୍କ ମୃତଦେହକୁ ଜବତ କରିଛି। ୩ଟି ଏକେ ୪୭, ୨ଟି ଇନ୍ସାସ୍ ରାଇଫଲ, ଗୋଟିଏ କାରବାଇ ଓ ଗୋଟିଏ ଏସ୍ଏଲ୍ଆର ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି।
ଏସ୍ପି କହିଛନ୍ତି, ଏହି ଏନ୍କାଉଣ୍ଟର ହୋଇଥିଲା। C60 କୋମାଣ୍ଡୋ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୬ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। ଏଥିରେ C60ର ଜଣେ ସବ୍-ଇନ୍ସପେକ୍ଟର ଓ ଜଣେ ଯବାନ ଆହତ ହୋଇଛନ୍ତି।
Powered by Froala Editor