ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶିର୍ବାଦ ନେଲେ ଅନନ୍ତ ରାଧିକା
ମୁମ଼୍ବାଇରେ ଅନନ୍ତ ଅମ଼୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ଏହାର ଅଗାମୀ ଦିନ ଅର୍ଥାତ ଜୁଲାଇ ୧୩ ତାରିଖରେ ନବ ଦମ୍ପତିଙ୍କ ଆଶିର୍ବାଦ ସମାରୋହ ରଖାଯାଇଥିଲା। ଅମ୍ବାନୀ ପରିବାରର ମୁମ୍ବାଇ ସ୍ଥିତ ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶର ତଥା ଦେଶ ବାହାରର ଅନେକ ପ୍ରସିଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବଡ଼ ବଡ଼ ଶିଳ୍ପପତି, ରାଜନେତା, ଚଳଚ୍ଚିତ୍ର କଳାକାର, କ୍ରିକେଟର, ଆଧ୍ୟାତ୍ମିକ ଗୁରୁ ଓ ଆହୁରି ଅନେକ ବ୍ୟକ୍ତି ବିଶେଷ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁହିଁଙ୍କୁ ଆଶିର୍ବାଦ ଦେବା ପାଇଁ ମୁମ଼୍ବାଇରେ ପହଞ୍ଚିଥିଲେ । ନୀତା ଏବଂ ମୁକେଶ ଅମ଼୍ବାନୀ ପ୍ରଧାନମନ୍ତ୍ରୀଙ୍କ ସ଼୍ବାଗତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ନବ ଦମ୍ପତିଙ୍କ ପାଖରେ ପହଞ୍ଚିବା ସହିତ ସେମାନଙ୍କ ବୈବାହିକ ଜୀବନର ମଙ୍ଗଳ କାମନା କରିବା ସହିତ ଆଶିର୍ବାଦ ପ୍ରଦାନ କରିଥିଲେ ।
ସାମ୍ନାକୁ ଆସିଥିବା ଭିଡିଓଗୁଡ଼ିକରୁ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ପହଞ୍ଚିବା ପରେ ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ତାଙ୍କୁ କାର୍ଯ୍ୟକ୍ରମ ସ୍ଥଳକୁ ପାଛୋଟି ନେଇଥିଲେ। ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ପ୍ରଧାନମନ୍ତ୍ରୀଙ୍କ ଚରଣ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉପହାର ଦେଇଥିଲେ।
ଆଶିର୍ବାଦ ଦେବା ପରେ ପ୍ରଧାନମନ୍ତ୍ରୀ ମଞ୍ଚରେ ବିରାଜମାନ ଦ଼୍ବାରକା ପୀଠର ଶଙ୍କରାଚାର୍ଯ୍ୟ ସ଼୍ବାମୀ ସଦାନନ୍ଦ ସରସ଼୍ବତୀ ଏବଂ ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ଼୍ବାମୀ ଅଭିମୁକ୍ତେଶ଼୍ବରାନନ୍ଦଙ୍କ ପାଖରେ ପହଞ୍ଚିଥିଲେ । ସେମାନଙ୍କୁ ପ୍ରଣୀପାତ କରିବା ସହ ଆଶିର୍ବାଦ ନେଇଥିଲେ ।
Powered by Froala Editor