ଚାଲିଛି ଉପନିର୍ବାଚନ ଭୋଟ ଗଣତି
ନୂଆଦିଲ୍ଲୀ: ୭ ରାଜ୍ୟର ୧୩ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ଶନିବାର ସକାଳୁ ଆରମ୍ଭ ହୋଇଛି। ଚଳିତ ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ଏନଡିଏକୁ କଡ଼ା ଟକ୍କର ଦେଇଥିବାବେଳେ ଏହି ୧୩ ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶର ୧୩ ଆସନରେ ଏହି ଉପନିର୍ବାଚନ ହୋଇଥିଲା। ଚଳିତ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଣ୍ଟ) ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଛି।
Powered by Froala Editor