ସିଭିଲ ସର୍ଭିସେସ୍ ଇତିହାସ ପ୍ରଥମ : ମହିଳାରୁ ପୁରୁଷ ହେଲେ IRS ଅଧିକାରୀ
ଭାରତୀୟ ପ୍ରଶାସନିକ ସେବା ଇତିହାସରେ ପ୍ରଥମ କରି ଜଣେ ବରିଷ୍ଠ ଅଧିକାରୀଙ୍କ ନାମ ଓ ଲିଙ୍ଗ ପରିବର୍ତ୍ତନ କରାଯାଇଛି। ଖବର ମୁତାବକ IRS ଅଧିକାରୀ ଏମ ଅନୁସୂୟା ବର୍ତ୍ତମାନ ହାଇଦ୍ରାବାଦର କଷ୍ଟମ୍ସ ଏକ୍ସାଇଜ୍ ଏବଂ ସର୍ଭିସ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲରେ ଯୁଗ୍ମ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି। ସେ ତାଙ୍କ ନାମ ଅନୁସୂୟା ପରିବର୍ତ୍ତେ ଅନୁକଥିର ସୂର୍ଯ୍ୟ ଏବଂ ଲିଙ୍ଗ ମହିଳା ପରିବର୍ତ୍ତେ ପୁରୁଷ କରିବାକୁ ଏକ ଆବେଦନ କରିଥିଲେ। ବର୍ତ୍ତମାନ ଏହି ଅଧିକାରୀଙ୍କ ନାମ ଏମ୍ ଅନୁସୂୟା ରୁ ଅନୁକାଥିର ସୂର୍ଯ୍ୟକୁ ପରିବର୍ତ୍ତନ ହୋଇଛି। ଏହି ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ମଧ୍ୟ ଅନୁମୋଦନ କରାଯାଇଛି।
ଭାରତୀୟ ସିଭିଲ ସର୍ଭିସେସ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି | ଏହି ନିର୍ଦ୍ଦେଶ ଅନୁଯାୟୀ, ସୁଶ୍ରୀ ଏମ୍ ଅନୁସୂୟା, ଆଇଆରଏସ ମନ୍ତ୍ରଣାଳୟର ଅନୁମୋଦନ ଲୋଡିଥିଲେ ଯେ ତାଙ୍କ ନାମ ଏମ୍ ଅନୁକଥିର ସୂର୍ଯ୍ୟ ଏବଂ ଲିଙ୍ଗ ମହିଳା ରୁ ପୁରୁଷକୁ ପରିବର୍ତ୍ତନ କରାଯାଇଛି।
ମନ୍ତ୍ରଣାଳୟର ନିର୍ଦ୍ଦେଶରେ କୁହାଯାଇଛି ଯେ ଅଧିକାରୀଙ୍କ ଅନୁରୋଧକୁ ବିଚାର କରାଯାଇ ଅନୁମୋଦନ କରାଯାଇଛି। ତେଣୁ ବର୍ତ୍ତମାନଠାରୁ ଏହି ଅଧିକାରୀ ସମସ୍ତ ସରକାରୀ ଦଲିଲରେ ଏମ୍ ଅନୁକଥିର ସୂର୍ଯ୍ୟ ଭାବରେ ମାନ୍ୟତା ପାଇବେ।
ଲିଙ୍କଡଇନ୍ ପ୍ରୋଫାଇଲରେ ଉଲ୍ଲେଖ ହୋଇଥିବା ତଥ୍ୟ ଅନୁସାରେ, 35 ବର୍ଷୀୟ IRS ଅଧିକାରୀ ଅନୁକଥିର 2013ରେ ଚେନ୍ନାଇରେ ଆସିଷ୍ଟାଣ୍ଟ କମିଶନର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ 2018ରେ ଡେପୁଟି କମିଶନର୍ ପଦବୀକୁ ଉନ୍ନୀତ ହୋଇଥିଲେ।
Powered by Froala Editor