ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ସାମ୍ବାଦିକ ଗିରଫ
ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି ସିବିଆଇ। ଝାଡ଼ଖଣ୍ଡ ହଜାରିବାଗରୁ ଗିରଫ ସାମ୍ବାଦିକର ନାଁ ଜମାଲୁଦ୍ଦିନ ବୋଲି ସୂଚନା ମିଳିଛି। ସୂଚନା ମୁତାବକ, ଗୁଜରାଟର ୪ଟି ଜିଲ୍ଲା ସମେତ ୭ଟି ସ୍ଥାନରେ ସିବିଆଇ ରେଡ୍ କରିଛି। ଗୋଧ୍ରା, ଖେଡା, ଆନନ୍ଦ ଓ ଅହମ୍ମଦାବାଦ ସମେତ ୭ଟି ସ୍ଥାନରେ ସିବିଆଇର ଟିମ୍ ଚଢ଼ାଉ କର ହଜରିବାଗ ଅଞ୍ଚଳରୁ ସାମ୍ବାଦିକ ଜମାଲୁଦ୍ଦିନ୍କୁ ସିବିଆଇ ଗିରଫ କରିଛି। ଏହି ସାମ୍ବାଦିକଙ୍କ ବିରୋଧରେ ଓଏସିସ୍ ସ୍କୁଲ ହଜାରିବାଗର ପ୍ରିନ୍ସପାଲ ଓ ଭାଇସ୍ ପ୍ରିନ୍ସପାଲ୍କୁ ଆସିଷ୍ଟ କରୁଥିବା ଅଭିଯୋଗ ରହିଛି।
ଗତ ଜୁନ୍ ୨୭ରେ ନିଟ-ୟୁଜି ପେପର ଲିକ୍ ମାମଲାରେ ବିହାର ପାଟନାରୁ ପ୍ରଥମେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ସିବିଆଇ। ସେମାନେ ହେଲେ ମନୀଷ ପ୍ରକାଶ ଓ ଆଶୁତୋଷ। ଆଶୁତୋଷ ସହାୟତାରେ ମନୀଷ ପ୍ରକାଶ ଲର୍ଣ୍ଣ ପ୍ଲେ ସ୍କୁଲ ସହ ସମ୍ପର୍କିତ ଏକ ଛାତ୍ରାବାସରେ ପରୀକ୍ଷାର୍ଥୀମାନଙ୍କୁ ରଖିବା ବ୍ଯବସ୍ଥା କରିଥିଲା। ଗତ ଜୁନ ୨୮ରେ ସିବିଆଇ ଝାଡଖଣ୍ଡ ହଜାରିବାଗର ଓଏସିସି ସ୍କୁଲର ପ୍ରିନ୍ସିପାଲ ଓ ଭାଇସପ୍ରିନ୍ସିପାଲଙ୍କୁ ଗିରଫ କରିଥିଲା।
ନିଟ ପେପର ଲିକ୍ ମାମଲାରେ ସିବିଆଇ ୬ଟି ମାମଲାର ତଦନ୍ତ କରୁଛି। ଏହି ପରୀକ୍ଷାକୁ ନେଇ ଅନେକ ଅନିୟମିତତା ଅଭିଯୋଗ ଆସିଥିଲା। ପରେ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଇଛି। ଦେଶର ୫୭୧ଟି ସହରର ୪ ହଜାର ୭୫୦ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା ଏବଂ ୨୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
Powered by Froala Editor