ଥାଇଲାଣ୍ଡର ବିଶାଳ ବୁଦ୍ଧ ମୂର୍ତ୍ତି ବ୍ୟାଙ୍କକ୍ରେ ଦେଖାଯିବ
ଥାଇଲାଣ୍ଡରେ ନିର୍ମାଣ ହେଉଥିବା ୬୯ ମିଟର ଉଚ୍ଚତା ବିଶିଷ୍ଟ ବୁଦ୍ଧ ମୂର୍ତ୍ତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ନିର୍ମାଣ ସରିବା ପରେ ଏହି ବିଶାଳକାୟ ମୂର୍ତ୍ତି ବ୍ୟାଙ୍କକରୁ ଦୃଶ୍ୟମାନ ହେବ ।
୨୦ ମହଲା ବିଶିଷ୍ଟ କୋଠା ଭଳି ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିର କାର୍ଯ୍ୟ ୨୦୧୭ ରେ ଆରମ୍ଭ ହୋଇଥିଲା। ବୁଦ୍ଧ ମୂର୍ତ୍ତି ତମ୍ବାରେ ନିର୍ମିତ ଏବଂ ଏଥିରେ ସୁନା ପାଣି ଦିଆଯାଇଛି । ଏକ ପଦ୍ମ ଉପରେ ବୁଦ୍ଧଙ୍କ ପ୍ରତିମା ନିର୍ମିତ ହୋଇଛି। ଏହି ମୂର୍ତ୍ତି ଏତେ ଉଚ୍ଚ ଯେ ରାଜଧାନୀ ବ୍ୟାଙ୍କକରୁ ଦୃଶ୍ୟମାନ ହେବ । ମୂର୍ତ୍ତି ନିର୍ମାଣରେ ୧୬ ମିଲିୟନ ଡଲାର ଖର୍ଚ୍ଚ ହୋଇଛି । ଏହି ପ୍ରତିମୂର୍ତ୍ତି ପୂର୍ବ ଅପେକ୍ଷା ମନ୍ଦିରକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଦ୍ୱିଗୁଣିତ କରିଛି ।
ସୂଚନା ଯେ, ବ୍ୟାଙ୍କକ୍ ଉପକଣ୍ଠରେ ଥିବା ରୟାଲ୍ ୱାଟ୍ ପାକନାମ୍ ଫାସୀ ଚାରୋନ୍ ମନ୍ଦିର ୧୬୧୦ ମସିହାରୁ ଆରମ୍ଭ ହୋଇଥିଲା । ଚାଓ ଫ୍ରାୟା ନଦୀରୁ ପ୍ରବାହିତ କେନାଲ ଦ୍ୱାରା ସୃଷ୍ଟି ଏକ ଦ୍ୱୀପରେ ଏହି ବିଶାଳକାୟ ମୂର୍ତ୍ତି ଅବସ୍ଥିତ।
Powered by Froala Editor