ଅଗଷ୍ଟ ୯ରେ OTET, ୨୪ରୁ ଅନ୍ଲାଇନ୍ରେ ଆବେଦନ
ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା OTET ୨୦୨୪ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ପେପର-୧ ଓ ଅପରାହ୍ନ ୨ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ଆସନ୍ତା ୨୪ରୁ OTET ପାଇଁ ପ୍ରାର୍ଥୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଉକ୍ତ ଲିଙ୍କ୍ରେ ଫର୍ମ ଆବେଦନ ଓ ଦେୟ ଦାଖଲର ଚୂଡାନ୍ତ ସମୟସୀମା ଜୁଲାଇ ୬ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଦିଆଯାଇଛି। ଅନ୍ଲାଇନ୍ ଆବେଦନ ସଂକ୍ରାନ୍ତୀୟ ନିର୍ଦ୍ଦେଶାବଳୀ, ଯୋଗ୍ୟତା ଆଦି ବୋର୍ଡ ଓ୍ବେବ୍ସାଇଟ୍ରେ ଉପଲବ୍ଧ ରହିଛି। ପ୍ରାର୍ଥୀମାନେ www.bseodisha.ac.inକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ। କୌଣସି ପରିସ୍ଥିତିରେ ଆବେଦନର ଅନ୍ତିମ ତାରିଖ ଘୁଞ୍ଚାଯିବ ନାହିଁ। ଆବେଦନକାରୀମାନେ ଅନ୍ଲାଇନ୍ ଫର୍ମ ପୂରଣବେଳେ ନିଜର ବ୍ୟକ୍ତିଗତ ଠିକଣା, ଜାତି, ବିଷୟ ଆଦି ଠିକ୍ ଭାବେ ଲେଖିବେ। ପରବର୍ତ୍ତୀ ସମୟରେ ସେଗୁଡ଼ିକ ଆଉ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ଅଗଷ୍ଟ ୨ ତାରିଖରେ ପ୍ରାର୍ଥୀମାନେ ଆଡମିଟ୍ କାର୍ଡ ପାଇବେ। ଅଗଷ୍ଟ ୯ ତାରିଖରେ ପରୀକ୍ଷା ହେବ। ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ହେବ। ସେହିପରି ଦ୍ୱିତୀୟ ପେପର ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ହେବ।
Powered by Froala Editor