ଟିକା ନେବାକୁ ରାହୁଲଙ୍କୁ ଅନୁରୋଧ କଲେ ରବିଶଙ୍କର
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଟିକା ନୀତିକୁ ବାରମ୍ବାର ସମାଲୋଚନା କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଟିକା ନେବାପାଇଁ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଅନୁରୋଧ କରିଛନ୍ତି । ରବି ଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଟିକା ନେଇଛନ୍ତି କି ନା’ ତାହା ଦେଶବାସୀ ଜାଣିନାହାନ୍ତି । ଯଦି ରାହୁଲ ଟିକା ନେଇନାହାନ୍ତି ତେବେ ସେ ଟିକା ନେଇଯାଆନ୍ତୁ ବୋଲି ରବିଶଙ୍କର ଅନୁରୋଧ କରିଛନ୍ତି । ଅନ୍ୟପକ୍ଷେ କଂଗ୍ରେସ ପକ୍ଷରୁ ଗତ ସପ୍ତାହରେ କୁହାଯାଇଥିଲା ଯେ, ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ୨ଟି ଡୋଜ ଟିକା ନେଇସାରିଛନ୍ତି, କିନ୍ତୁ ରାହୁଲଙ୍କୁ ମେ’ରେ କରୋନା ହୋଇଥିବାରୁ ସେ ଟିକା ନେଇନାହାନ୍ତି । ଠିକ ସମୟରେ ରାହୁଲ ଟିକା ନେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
Powered by Froala Editor