ପ୍ରଶାନ୍ତଙ୍କୁ ନିୟମିତ ଜାମିନ ପ୍ରଦାନ କଲେ ହାଇକୋର୍ଟ

ଭୁବନେଶ୍ୱର:ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେ୍ଧବଙ୍କୁ ନିୟମିତ ଜାମିନ ମିଳିଛି । ପୂର୍ବରୁ ୩ ଦିନ ଅନ୍ତରୀଣ ଜାମିନ ମିଳିଥିଲାବେଳେ ଏବେ ମାନ୍ୟବର ହାଇକୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ତେବେ ଜାମିନ ଉପରେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ ବୋଲି ହାଇକୋର୍ଟ କହିଛନ୍ତି ।
ବୋଲଗଡ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଘଟଣାରେ ପ୍ରଶାନ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ସେଠାରେ ତାଙ୍କର ଜାମିନ ଖାରଜ ହେବାକୁ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଏପରିକି ଜେଲରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା । ୯, ୧୦ ଓ ୧୧ ତାରିଖ ତିନି ଦିନ ପାଇଁ ତାଙ୍କୁ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନକରିଥିଲେ । କିନ୍ତୁ ଆଜି ହାଇକୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି ।
୨୦୨୪ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮,୫୯୮ ଭୋଟରେ ପରାଜିତ କରିଥିଲେ ।
Powered by Froala Editor