ସ୍ଥିତି ପରଖିଲେ ଅଧିକାରୀ, ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର !

ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝିଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି । ଆସନ୍ତାକାଲି ଅର୍ଥାତ ଜୁନ୍ ୧୨ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଶପଥ ଗ୍ରହଣ କରିବେ । ୧୨ରେ ରାଜ୍ୟରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ୧୩ରେ ଶ୍ରୀମନ୍ଦିରର ୪ ଦ୍ୱାରା ଖୋଲିବାର ଆଶା ବଢ଼ିଛି । ଶ୍ରୀମନ୍ଦିରରେ ପହଞ୍ଚି ଅଧିକାରୀମାନେ ସ୍ଥିତି ପରଖିଛନ୍ତି । ଏହାଫଳରେ ଦୀର୍ଘ ୪ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବା ସହ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ନେଇ ଆଶା ବଢ଼ିଛି ।
ଏପଟେ ବଡଦାଣ୍ଡରୁ ହଟିଛି ଏସି ଟନେଲ ବ୍ୟାରିକେଡ୍। ପ୍ରଶାସନ କହିଛି, ଚାରି ଦ୍ବାର ଖୋଲିଲେ ଆଉ ଏହାର ଦରକାର ପଡ଼ିବନି । ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର । ଦୂର ହେବ ଭକ୍ତଙ୍କ ଦର୍ଶନ ଦୁର୍ଦ୍ଦଶା । ପୁରୀରେ ପହଁଚି ଏସପି ପିନାକ ମିଶ୍ର ଏବଂ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ସହ ଜଡିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ପରେ ଏସପି ଶ୍ରୀମନ୍ଦିର ଯାଇ ଚାରିଦ୍ବାର ଖୋଲିବା ନେଇ ସ୍ଥିତି ବି ପରଖିଥିବା ସୂଚନା ମିଳିଛି । ପ୍ରଶାସନର ଏଭଳି ତତ୍ପରତାକୁ ନେଇ ଶ୍ରଦ୍ଧାଳୁଙ୍କ ଖୁସିର ସୀମା ନାହିଁ।
ଦୀର୍ଘଦିନ ଧରି ଭକ୍ତମାନେ ଯେଉଁ କାର୍ଯ୍ୟକୁ ଅପେକ୍ଷାକୁ କରି ରହିଥିଲେ ଏବେ ତାହା ବାସ୍ତବ ରୂପ ନେବାକୁ ଯାଉଛି । ରାଜ୍ୟରେ ବିଜେପି ସରକାର ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ୪ ଦିନ ମଧ୍ୟରେ ୪ ଦ୍ୱାର ଖୋଲିବାକୁ ଦଳର ତୁଙ୍ଗ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ । ତେଣୁ ୧୩ ତାରିଖ ବେଳକୁ ଭକ୍ତଙ୍କ ପ୍ରବେଶ ନେଇ ୪ ଦ୍ୱାରରେ କୌଣସି ପ୍ରତିବନ୍ଧକ ନଥିବ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
Powered by Froala Editor