ଜୁନ୍ ୩୦ ଯାଏଁ ଛୁଟି ନେଇ ପାରିବେନି ସରକାରୀ କର୍ମଚାରୀ

ଜୁନ୍ ୩୦ ଯାଏଁ ଛୁଟି ନେଇ ପାରିବେନି ସରକାରୀ କର୍ମଚାରୀ। ଛୁଟି ଦିନରେ ବି ଜାରି ରହିବ କାର୍ଯ୍ୟ। ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି। ଓଡ଼ିଶାରେ ନୂଆ ସରକାର ହେବାକୁ ଯାଉଛି। ଏହାକୁ ନେଇ ବିଭିନ୍ନସ୍ତରରେ କାର୍ଯ୍ୟକ୍ରମ ଚାଲିବ। ଏଥିଲାଗି ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ସାଧାରଣ ପ୍ରଶାସନ ବିଭାଗ ଏସିଏସ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ବିଭାଗୀୟ ସଚିବ ଏବଂ ଜିଲାପାଳଙ୍କୁ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍ଙ୍କ ପକ୍ଷରୁ ଚିଠି କରାଯାଇଛି। ଚିଠିରେ ୩୦ ଯାଏ କାହାକୁ ଛୁଟି ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଡ୍କ୍ୱାର୍ଟର ନ ଛାଡ଼ିବାକୁ ମଧ୍ୟ ଅଧିକାରୀଙ୍କୁ କୁହାଯିବା ସହ ସରକାରୀ ଛୁଟି ଦିନରେ ମଧ୍ୟ ଅନୁପସ୍ଥିତ ନ ରହିବାକୁ କୁହାଯାଇଛି। ତେବେ କେବଳ ସ୍ବାସ୍ଥ୍ୟ ସମସ୍ୟା ଥିଲେ ଛୁଟି ପାଇଁ ଅନୁମତି ମିଳିପାରିବ।
Powered by Froala Editor