ଶପଥ ପାଠ ଉତ୍ସବ ବେଳେ ବୁଲୁଥିଲା ଅଜଣା ଜନ୍ତୁ !
ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୭୧ ଜଣ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପଡ଼ୋଶୀ ଦେଶଗୁଡ଼ିକର ମୁଖ୍ୟମାନଙ୍କ ସମେତ ପ୍ରାୟ ୮ ହଜାର ଅତିଥି ଉପସ୍ଥିତ ରହିଥିଲେ।
ତେବେ ରାଷ୍ଟ୍ରପତି ଭବନରେ ଶପଥ ପାଠ କାର୍ଯ୍ୟକ୍ରମରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରହସ୍ୟମୟ ଜନ୍ତୁ ବୁଲିବାର ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଶପଥ ପାଠ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଷ୍ଟ୍ରପତି ଭବନର କରିଡରରେ ଗୋଟିଏ ବାଘ ଭଳି ଜନ୍ତୁ ବୁଲୁଛି। ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।
ବିଜେପି ସାଂସଦ ଦୁର୍ଗା ଦାସ ଶପଥ ନେଇ ଦସ୍ତଖତ କରିବା ସହ ରାଷ୍ଟ୍ରପତିଙ୍କୁ ନମସ୍କାର କରୁଥିବା ବେଳେ କରିଡରକୁ ଜନ୍ତୁଟି ଅତିକ୍ରମ କରିଥିଲା। ଜଣେ ୟୁଜର୍ସ ଭିଡିଓ ଶେୟାର କରି କହିଛନ୍ତି, “ଏହା କ’ଣ ବାଘ? ନା ସାଧାରଣ ବିଲେଇ କିମ୍ବା କୁକୁର? ଯଦି ଏହା ବିଲେଇ, ତା’ହେଲେ ଠିକ ଅଛି।
Powered by Froala Editor