ବୁଧବାର ୪.୪୫ରେ ଶପଥ ନେବେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେପି ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି । ତେବେ ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ତା ଉପରୁ ପରଦା ହଟିନଥିବାବେଳେ ଆସନ୍ତା ୧୨ ତାରିଖ ଶପଥ ଗ୍ରହଣର ସମୟ କିନ୍ତୁ ଧାର୍ଯ୍ୟ ହୋଇଛି । ବୁଧବାର ଅପରାହ୍ନ ୪.୪୫ରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨.୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରୁ ସେ ସିଧା ରାଜଭବନ ଯିବେ । ରାଜଭବନରୁ ଜନତା ମୈଦାନ ଶପଥ ଗ୍ରହଣ ସମାରୋହକୁ ଯିବେ ମୋଦୀ ।
ପ୍ରକାଶ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଅନେକ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୁରେଶ ପୂଜାରୀ, ମନମୋହନ ସାମଲଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଥିବା କୁହାଯାଉଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ପାଇଁ ଗିରୀଶ ମୁର୍ମୁଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
Powered by Froala Editor