ପୁଣି ବିବାଦରେ ଇମ୍ରାନ: କହିଲେ, ମହିଳାଙ୍କ ପୋଷାକ ପାଇଁ ଦୁଷ୍କର୍ମ ବଢ଼ୁଛି

ଇମ୍ରାନ ଖାନ ପୁଣି ଥରେ ନିଜ ବୟାନ ପାଇଁ ବିବାଦ ଘେରକୁ ଆସିଛନ୍ତି । ପାକିସ୍ତାନରେ ବଢୁଥିବା ଦୁଷ୍କର୍ମ ମାମଲା ପାଇଁ ଇମ୍ରାନ ମହିଳାଙ୍କ ପୋଷାକ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ଏପରିକି ଦୁଷ୍କର୍ମ ପାଇଁ ସେ ମହିଳାଙ୍କ ପୋଷାକକୁ ଦାୟୀ କରିଛନ୍ତି। ଇମ୍ରାନ ଖାନଙ୍କ ଏପରି ବୟାନକୁ ନେଇ ତାଙ୍କୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା କରାଯାଇଛି। ଗୋଟିଏ ସାକ୍ଷାତକାରରେ ଇମ୍ରାନ ଖାନ କହିଛନ୍ତି ଯେ ଯଦି ଜଣେ ମହିଳା ବହୁତ କମ କପଡ଼ା ପରିଧାନ କରିବେ, ତା’ହେଲେ ଏହାର ପ୍ରଭାବ ନିଶ୍ଚିତ ଭାବେ ଜଣେ ପୁରୁଷ ଉପରେ ପଡ଼ିବ।
ହଁ ଯଦି ସେ ରୋବୋଟ ହୋଇଥିବେ, ତା’ହେଲେ ଅଲଗା କଥା। କିନ୍ତୁ ପୁରୁଷ ହୋଇଥିଲେ ନିଶ୍ଚିତ ପ୍ରଭାବ ଦେଖାଯିବ। ଏହା ଏକ ସାଧାରଣ କଥା। ତେଣୁ ମହିଳାମାନେ ସେମାନଙ୍କ ପୋଷକ ପରିଧାନ ଉପରେ ଧ୍ୟାନ ଦିଅନ୍ତୁ। ଶରୀରର ଉତ୍ତେଜନାକୁ ରୋକିବାକୁ ପରଦା ବ୍ୟବସ୍ଥା କରାଯାଇଛି। କାରଣ ସମସ୍ତେ ନିଜର ଉତ୍ତେଜନାକୁ ନିୟନ୍ତ୍ରଣ କରିବାର ଇଚ୍ଛାଶକ୍ତି ରଖନ୍ତି ନାହିଁ ବୋଲି ସେ କହିଛନ୍ତି।
ମହିଳାଙ୍କ ପୋଷାକକୁ ନେଇ ଇମ୍ରାନ ଖାନଙ୍କ ଏଭଳି ଟିପ୍ପଣୀ ଲାଗି ସୋସିଆଲ ମିଡିଆରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି। ପାକିସ୍ତାନର ହିଜବେ ନେତାଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଲୋକମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।
Powered by Froala Editor