ଇପିଏଫ୍ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ: ଏଣିକି ଶିକ୍ଷା, ବିବାହ ହେଉ କି ଗୃହ ନିର୍ମାଣ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟମାନଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। ଏସବୁ ନିମନ୍ତେ କ୍ଲେମ୍ ବା ଦାବି କରିବାର ତିନିରୁ ଚାରି ଦିନ ମଧ୍ୟରେ ସଦସ୍ୟଙ୍କୁ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିଯିବ। ଇପିଏଫ୍ ସ୍କିମ୍, ୧୯୫୨ର ପାରା ୬୮ବି (ଶିକ୍ଷା ଏବଂ ବିବାହ) ଏବଂ ୬୮ବି (ଗୃହ ପାଇଁ ଅଗ୍ରୀମ) ଅନୁଯାୟୀ ସମସ୍ତ ଦାବି ଅଟୋ ଦାବି ସମାଧାନ ସୁବିଧା ଅଧୀନରେ ଅଣାଯାଇଥିବା କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଏହିପରି ଦାବିଗୁଡିକ ବର୍ତ୍ତମାନ ମାନବ ହସ୍ତକ୍ଷେପ ବିନା ଆଇଟି ସିଷ୍ଟମ ଦ୍ୱାରା ସ୍ୱୟଂଚାଳିତ ଭାବରେ ପ୍ରକ୍ରିୟାକରଣ ହେବ। ପୂର୍ବରୁ ଏସବୁ ପ୍ରକାର ଦାବି ସମାଧାନ ଲାଗି ୧୦ ଦିନ ସମୟ ଲାଗୁଥିଲା କିନ୍ତୁ ବର୍ତ୍ତମାନ ଏହି କାମ ତିନିରୁ ଚାରି ଦିନ ମଧ୍ୟରେ କରାଯିବ। ଏହି ସୁବିଧା ପ୍ରଥମେ ଏପ୍ରିଲ୍ ୨୦୨୦ରେ କରୋନା ଅବଧିରେ ଆରମ୍ଭ ହୋଇଥିଲା। ରୋଗ ସମ୍ବନ୍ଧୀୟ ଅଗ୍ରୀମ ସମାଧାନ ପାଇଁ ଏହା ଆରମ୍ଭ କରାଯାଇଥିଲା। ଚଳିତ ବର୍ଷ ୨.୨୫ କୋଟି ସଦସ୍ୟ ଏହି ସୁବିଧା ପାଇବେ ବୋଲି ଆଶା କରାଯାଉଛି।
ଇପିଏଫ୍ଓ ରୋଗ ସମ୍ବନ୍ଧୀୟ ଅଗ୍ରୀମର ସୀମାକୁ ଦ୍ୱିଗୁଣିତ କରି ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି କରିଛି। ଏହା ପୂର୍ବରୁ ଏହି ପରିମାଣ ୫୦ ହଜାର ଟଙ୍କା ରହିଥିଲା। ଗତ ଆର୍ଥିକବର୍ଷ ୨୦୨୩-୨୪ ମଧ୍ୟରେ ଇପିଏଫ୍ଓ ୪.୪୫ କୋଟି ଟଙ୍କାର ଦାବି ସମାଧାନ କରିଛି। ଏଥିମଧ୍ୟରୁ ୨.୮୪ କୋଟି ଦାବି ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବା ନେଇ ରହିଥିଲା। ଇପିଏଫଓ ବିବୃତ୍ତିରେ କହିଛି ଯେ ୨୦୩-୨୪ ଆର୍ଥିକବର୍ଷରେ ପ୍ରାୟ ୪.୪୫ କୋଟି ଟଙ୍କାର ଦାବି ସମାଧାନ ହୋଇଛି। ଏଥିମଧ୍ୟରୁ ୬୦ ପ୍ରତିଶତରୁ ଅଧିକ (୨.୮୪ କୋଟି) ଅଗ୍ରୀମ ଦାବି ଥିଲା (ଅସୁସ୍ଥତା, ବିବାହ, ଶିକ୍ଷା ପରି କାରଣରୁ ଟଙ୍କା ଉଠାଇବା। ବର୍ଷ ମଧ୍ୟରେ ସମାଧାନ ହୋଇଥିବା ଅର୍ଥ ପ୍ରତ୍ୟାହାର ପାଇଁ ହୋଇଥିବା ପ୍ରାୟ ୮୯.୫୨ ଲକ୍ଷ ଦାବି ଅଟୋ ସୁବିଧା ମାଧ୍ୟମରେ ସମାଧାନ କରାଯାଇଥିଲା।
Powered by Froala Editor