ଟୋଲ୍ ଫି’ ମାଗିବାରୁ ମହିଳାଙ୍କ ଉପରେ କାର୍ ଚଢ଼ାଇଦେଲେ ଯୁବକ
ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଟୋଲ ମାଗିବାରୁ ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଯୁବକ। ଏକ୍ସପ୍ରେସୱେରେ ଥିବା କାଶୀ ଟୋଲ ପ୍ଲାଜାରେ ଏହି ଘଟଣା ଘଟିଛି। କାଶୀ ଟୋଲ ପ୍ଲାଜାର ଇନଜାର୍ଚ ଅନୀଲ ଶର୍ମା କହିଛନ୍ତି, ଦିଲ୍ଲୀରୁ ଆସୁଥିବା ଏକ କାର୍ ଟୋଲ ଗେଟ୍ ନିକଟରେ ଅଟକିଥିଲା। ଏହାପରେ ଟୋଲ ଫି’ ଦେବାକୁ ନେଇ ତାଙ୍କର କର୍ମଚାରୀଙ୍କ ସହ ଉଚ୍ଚବାଚ ହୋଇଥିଲା। ଏପରିକି କାର୍ ଚାଳକ ଜଣକ ମହିଳା କର୍ମଚାରୀଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ।
ସିସିଟିଭିରେ ଦେଖିବାକୁ ମିଳୁଛି, ମହିଳା କର୍ମଚାରୀଜଣକ ପ୍ରଥମେ କାର୍ର ବନେଟ ଉପରେ ପଡ଼ି ଯାଇଥିଲେ। ଏହାପରେ କାର୍ଟି ଦ୍ରୁତ ଗତିରେ ଯିବାରୁ କର୍ମଚାରୀ ଜଣକ ଗାଡ଼ିରୁ ଖସି ପଡ଼ିଥିଲେ। ଫଳରେ ଚାଳକ ଜଣକ ତାଙ୍କ ଉପରେ କାର୍ ମଡ଼ାଇ ଦେଇଥିଲେ। କାର ଚଢ଼ାଇ ଦେବାରୁ ଏବେ ସେ ଗୁରୁତର ଆହତ ହୋଇଛନ୍ତି।
ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍ ଅଭିଯୁକ୍ତ କାର୍ ଚାଳକଙ୍କୁ ଖୋଜୁଛି। ଏହି ଘଟଣାରେ ପଦକ୍ଷେପ ଗ୍ରହଣ କରିବାକୁ ଟୋଲ ଗେଟ୍ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।
Powered by Froala Editor