ବିବାହ ବନ୍ଧନରେ ବାନ୍ଧିହେବେ ରାହୁଲ୍ !
ବିବାହ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପ୍ରଥମଥର ପାଇଁ ୨୦୨୪ରେ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ପ୍ରଚାର କରିବା ବେଳେ ଲୋକମାନେ ୫୩ ବର୍ଷୀୟ ରାହୁଲ ଗାନ୍ଧିଙ୍କୁ ବାହାଘର କେବେ ହେବ ବୋଲି ପ୍ରଶ୍ନ କରିଥିଲେ।
ପ୍ରଶ୍ନ ଶୁଣି ରାହୁଲ ସ୍ମିତ ହାସ୍ୟ ଦେଇଥିଲେ। ଏହାପରେ ଷ୍ଟେଜ ଉପରେ କହିଥିଲେ ଯେ “ଏବେ ଶୀଘ୍ର ବାହାଘର କରିବାକୁ ପଡ଼ିବ।” ବାସ୍ ଏହା କହିବା ପରେ ରାହୁଲ ହସି ହସି ଲୋକଙ୍କୁ ହାତ ହଲାଇ ଷ୍ଟେଜ ଉପରୁ ଚାଲି ଯାଇଥିଲେ। ରାହୁଲଙ୍କ ବାହାଘର ଉପରେ ଟିପ୍ପଣୀର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ଉଲ୍ଲେଖଯୋଗ୍ୟ, କେରଳର ୱାଏନାଡରୁ ସାଂସଦ ଥିବା ରାହୁଲ ଗାନ୍ଧୀ ଏଥର ଦୁଇଟି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୱାଏନାଡ ଆସନ ସହ ୟୁପିର ରାଏବରେଲି ଆସନରୁ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି। ୱାଏନାଡରେ ମତଦାନ ଶେଷ ହୋଇଥିବା ବେଳେ ଏହି ଆସନରେ ମତଦାନ ଆସନ୍ତା ୨୦ରେ ଅନୁଷ୍ଠିତ ହେବ। ପୂର୍ବରୁ ପ୍ରଚାର କରିଥିଲେ ବି ସୋମବାର ସେ ପୁନର୍ବାର ରାଏବରେଲିରେ ଏକ ରାଲି କରିବା ପାଇଁ ପହଞ୍ଚିଥିଲେ। ଯେତେବେଳେ ରାହୁଲଙ୍କ ସମ୍ବୋଧନ ସମାପ୍ତ ହେଲା, ଜନତା ତାଙ୍କୁ ଜୋରରେ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ।
Powered by Froala Editor