କାଳବୈଶାଖୀ ବର୍ଷା: ଭୁବନେଶ୍ୱରରେ ୭୬.୮ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେକାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି। ହଠାତ କିଛି ସମୟ ପାଇଁ ଘଡଘଡ଼ି ବିଜୁ ସହ ପ୍ରବଳ ବର୍ଷା ହୋଇଥିଲା। ଏମିତିକି ଜୋରରେ ପବନ ବହିଥିଲା।ଫଳରେ ବିଦ୍ୟୁତ୍ କାଟ ହେବା ସାଙ୍ଗକୁ ରାସ୍ତାରେ କିଛି ସମୟ ପାଇଁ ଗାଡିମୋଟର ଚଳାଚଳରେ ବାଧା ଉପୁଜିଥିଲା। କିଛି କିଛି ତଳିଆ ସ୍ଥାନରେ ପାଣି ଜମି ଯାଇଥିଲା। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ମଧ୍ୟ ପଶିଯାଇଥିଲା।
କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ଭାରି ବର୍ଷା ହୋଇଛି। ଭୁବନେଶ୍ୱରରେ ୭୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ବର୍ଷ ଏହା ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଭାରି ବର୍ଷା ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ତାଙ୍କ ଢରେ ଉଲ୍ଲେଖ କରିଛନ୍ତି। ବର୍ଷା ଯୋଗୁ ଭୁବନେଶ୍ୱରରେ ଥିବା କ୍ୟାପିଟାଲ ହସ୍ପିଟାଲରେ ପାଣି ପଶି ଯାଇଥିଲା।
ଉପକୂଳ ଓଡ଼ିଶାର ଅନ୍ୟ କିଛି ସ୍ଥାନରେ ମଧ୍ୟ ଗତକାଲି ବର୍ଷା ହୋଇଛି। ପାରାଦ୍ୱୀପରେ ୫୧.୪ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୩୭.୮, ବାଲେଶ୍ୱରରେ ୩୫ ଏବଂ ଚାନ୍ଦବାଲିରେ ୩୨ ମିମି ବର୍ଷା ରେକର୍ଡ ହୋଇଛି।
Powered by Froala Editor