ଏହି ୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦିନ କେଇଟା ରହିଲା । ଏହା ଭିତରେ ବିଜେପି ଓ ବିଜେଡି ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ କଂଗ୍ରେସ କିନ୍ତୁ ପଛରେ ପଡ଼ିଯାଇଛି । କଂଗ୍ରେସର ପ୍ରାର୍ଥୀ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରୁନାହିଁ । ଏହା ଭିତରେ ପୂର୍ବରୁ ଘୋଷଣା ହୋଇଥିବା ୫ ବିଧାନସଭା ଆସନରେ କଂଗ୍ରସ ନିଜର ପ୍ରାର୍ଥୀ ବଦଳାଇଛି । ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠମଲ୍ଲିକ ଓ ପୁରୀ ବିଧାନସଭା ଆସନ ପାଇଁ କଂଗ୍ରେସର ନିଜର ପ୍ରାର୍ଥୀ ବଦଳାଇଛି ।
ଜଳେଶ୍ୱରରେ ଦେବୀପ୍ରସନ୍ନ ଚାନ୍ଦଙ୍କୁ ବଦଳାଇ ଦଳ ସୁଦର୍ଶନ ସାହୁଙ୍କୁ ପ୍ରାର୍ଥୀ କରିଛି ।
ବରୀରେ ଆରତୀ ଦେଓଙ୍କୁ ପରିବର୍ତ୍ତନ କରି ଦେବାଶିଷ ନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।
ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ଟିକେଟ ଦେଇଛି ।
ଆଠଗଡ଼ରେ ନୂଆ ପ୍ରାର୍ଥୀ ହେଲେ ସୁଦର୍ଶନ ସାହୁ । ମେହବୁବ ଅହମ୍ମଦ ଖାନଙ୍କୁ ପରିବର୍ତ୍ତନ କରାଯାଇ ଶ୍ରୀ ସାହୁଙ୍କୁ ଟିକେଇ ଦିଆଯାଇଛି ।
ପୁରୀରେ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଲଭ ରଥଙ୍କୁ ଦଳ ପ୍ରାର୍ଥୀ କରିଛି ।
Powered by Froala Editor