୧୪୮୦ ଲିଟର ଚୋରା ଦେଶୀମଦ ଜବତ
କଳାପଥର : କଟକ ଅବକାରୀ ଏସ୍.ପିଙ୍କ ନେତୃତ୍ୱରେ ଆଜି ଅବକାରୀ ସ୍ୱାର୍ଡ ବାଙ୍କୀ କଟକ ମୁଖ୍ୟରାସ୍ତା ଏନ୍.ଏ.ସି ଅଂଚଳ ବି.କେ.ବିଦ୍ୟାପୀଠ କ୍ରୀଡା ପ୍ରାଙ୍ଗଣ ନିକଟ ଇନ୍ଡୋର ଷ୍ଟାଡିୟମ୍ ନିକଟ ମୁଖ୍ୟରାସ୍ତାରୁ ଏକ ପିକଅପ୍ ଭ୍ୟାନକୁ ଅଟକାଇ ୧୪୮୦ଲିଟର ଚୋରା ଦେଶୀମଦ ଜବତ କରିଛନ୍ତି। ଏହି ଗାଡିଟି ଆଠଗଡ଼ ପରଗାଙ୍ଗରୁ ଗୋଟିଏ ପିକପ୍ ବୋଲେରା ଏବଂ ସ୍କୁଟିରେ ମଦ ଆସୁଥିବା ଖବର ପାଇ ଏସ୍.ପି ଦେବାଶିଷ ପଟେଲ୍ ତାଙ୍କ ପିଛା କରିଥିଲେ। ପିକପ୍ ଭ୍ୟାନ୍ ଡ୍ରାଇଭର ମାନସ ବେହେରା ଓ ଢ଼େଙ୍କାନାଳ ସିଆଳିଆର ରମେଶ ବେହେରାଙ୍କୁ ଗିରଫ କରାଯାଇ ଉପଖଣ୍ଡ ଚିକିତ୍ସାଳୟରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବାଙ୍କୀ କୋର୍ଟକୁ ଚାଲାଣ କରାଯାଇଛି।
Powered by Froala Editor