ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପାପୁଅଙ୍କ ଜୀବନ
ଯାଜପୁର: ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ, ମାଆ ଗୁରୁତର। ଯାଜପୁର ରୋଡ୍ ଥାନା ବେଙ୍ଗପାଟିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଜ ଘରେ ବିଦ୍ୟୁତ୍ କାମ କରୁଥିବାବେଳେ ଘଟଣାସ୍ଥଳରେ ବାପା ଏବଂ ପୁଅର ମୃତ୍ୟୁ ଘଟିଛି। ମୃତକ ଗଣେଶ ମଣ୍ଡଳ ଏବଂ ଆଶୁ ମଣ୍ଡଳ ବୋଲି ଜଣାପଡିଛି। ବାପା ଏବଂ ପୁଅଙ୍କୁ ବଞ୍ଚାଇବାକୁ ଯାଇ ମାଆ ତୁଳସୀ ମଣ୍ଡଳ ଗୁରୁତର ହୋଇଥିଲେ। ତାଙ୍କୁ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Powered by Froala Editor