ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ନିର୍ବାଚନ କମିଶନ ରାଜ୍ୟର ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସ ଅଫିସରଙ୍କୁ ନିର୍ବାଚନ କାର୍ୟ୍ୟରୁ ବାଦ୍ ଦେବା ପରେ ରାଜ୍ୟ ସରକାର ଛୋଟଧରଣର ଆଇଏଏସ୍ ଅଦଳବଦଳ କରିଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କଟକ ଜିଲ୍ଲାପାଳ ୨୦୧୨ ବ୍ୟାଚ ଆଇଏଏସ୍ ଭିନିତ ଭରଦ୍ୱାଜଙ୍କୁ ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରୀଙ୍କୁ ରାଜ୍ୟ ସ୍କୁଲ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଭିନିତ୍ ଓ ପାରୁଲଙ୍କୁ ଜିଲ୍ଲାପାଳ ପଦବୀରୁ ହଟାଇ ଦିଆଯାଇଛି। ଭିନିତଙ୍କ ସ୍ଥାନରେ ଆଇଏଏସ୍ ଅରିନ୍ଦମ ଡାକୁଆ ଓ ପାରୁଲଙ୍କ ସ୍ଥାନରେ ଅନୁପମ ଶାହଙ୍କୁ ଯଥାକ୍ରମେ କଟକ ଓ ଜଗତସିଂହପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଅନୁପମ ଯେଉଁ ଦାୟିତ୍ୱରେ ଥିଲେ ସେଠାକୁ ପାରୁଲଙ୍କୁ ଓ ଅରିନ୍ଦମଙ୍କ ସ୍ଥାନରେ ଭିନିତଙ୍କୁ ଥଇଥାନ କରାଯାଇଛି।
ସେହିପରି ୨୦୧୧ ବ୍ୟାଚ୍ ଆଇଏଏସ୍ ସମର୍ଥ ବର୍ମାଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଶ୍ରୀ ବର୍ମା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଇନଚାର୍ଜ ମୁଖ୍ୟ ପ୍ରଶାସକ ସହ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଉଥିଲେ। ଏବେ ତାଙ୍କୁ କେବଳ ପୂର୍ତ୍ତ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ୨୦୧୮ ବ୍ୟାଚ୍ ଆଇଏଏସ୍ ଶୁଭଙ୍କର ମହାପାତ୍ରଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି। ତାଙ୍କୁ ଏପ୍ରିଲ ୩ତାରିଖରେ ଯାଜପୁର ଜିଲ୍ଲାପାଳ ପଦବୀରୁ ହଟାଇ ଦିଆଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ୟ୍ୟରତ ୨୦୧୨ ବ୍ୟାଚ୍ ଆଇଏଏସ୍ ନିଖିଳ ପୱନ କଲ୍ୟାଣଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା।
Powered by Froala Editor