ଏଣିକି ସକାଳୁଆ ହେବ ରାଜ୍ୟର ସବୁ ଅଙ୍ଗନବାଡ଼ି

ପୂର୍ବରୁ ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏଁ ସ୍କୁଲ ଚାଲିବ।
ପ୍ରକାଶ ଯେ ରାଜ୍ୟରେ ଏବେ ତାତି ଅସହ୍ୟ । ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଏହାରି ଭିତରେ ଆଜି ଦିନ ୧୧.୩୦ ସୁଦ୍ଧା ରାଜ୍ୟର ଅଧା ସହର ଜଳିଲାଣି । ଦିନ ୧୧.୩୦ ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲି ଓ ଝାରସୁଗୁଡ଼ା ୩୭.୨ ଡିଗ୍ରୀ, ଭୁବବେନଶ୍ୱର ୩୬.୬ ଡିଗ୍ରୀ, ହୀରାକୁଦ ୩୬ ଡିଗ୍ରୀ, କେନ୍ଦୁଝର ଓ ସମ୍ବଲପୁର ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି ।
Powered by Froala Editor