ରେସ୍ତୋରାଁରେ ରକ୍ତବାନ୍ତି : ମାଉଥ ଫ୍ରେସନର ଖାଇ ୫ ଗୁରୁତର
ଗୁରୁଗ୍ରାମର ଏକ କାଫେରେ ଖାଇବା ପରେ ମାଉଥ ଫ୍ରେସନର ଖାଇ ୫ ଜଣ ସାଙ୍ଗ ଅସୁସ୍ଥ ହୋଇଯାଇଛନ୍ତି । ସେମାନେ ଏହାକୁ ଖାଇବା ପରେ ରକ୍ତବାନ୍ତି କରିଥିବା ଅଭିଯୋଗ ହୋଇଛି । ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ପୁଲିସ ରେସ୍ତୋରାଁ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଖବର ଅନୂଯାୟୀ ଅଙ୍କିତ କୁମାର ତାଙ୍କ ପତ୍ନୀ ଏବଂ ସାଙ୍ଗମାନଙ୍କ ସହ ଗୁରୁଗ୍ରାମର ସେକ୍ଟର ୯୦ ରେ ଥିବା ଲାଫୋରେଷ୍ଟା କାଫେରେ ଥିଲେ। ତେବେ ତାଙ୍କ ପତ୍ନୀଙ୍କ ସମେତ ତାଙ୍କର ପାଞ୍ଚଜଣ ବନ୍ଧୁ ହଠାତ୍ ଚିତ୍କାର କରିଥିଲେ। ଏହା ପରେ ଜଣେ ରେଷ୍ଟୁରାଣ୍ଟ ଚଟାଣରେ ବାନ୍ତି କରୁଥିବାବେଳେ ଜଣେ ମହିଳା ପାଟିରେ ବରଫ ଲଗାଇ ବାରମ୍ବାର କହିଥିଲେ ଯେ ‘ମୋ ପାଟି ଜଳିଯାଉଛି।’ କିଛି ସମୟ ପରେ ସେ ରକ୍ତ ବାନ୍ତି କରିବା ଆରମ୍ଭ କରିଥିଲେ। ପାଣିରେ ପାଟି ଧୋଇବା ପରେ ମଧ୍ୟ ତାଙ୍କୁ କୌଣସି ଉପସମ ମିଳିନଥିଲା ।
ଅଙ୍କିତ କହିଥିଲେ, “ଆମେ ଜାଣି ନାହୁଁ ସେମାନେ ମାଉଥ୍ ଫ୍ରେଶନର୍ରେ କ’ଣ ମିଶାଇଛନ୍ତି। ଏଠାରେ ସମସ୍ତେ ରକ୍ତବାନ୍ତି କରୁଛନ୍ତି। ସେମାନଙ୍କର ଜିଭ, ପାଟି ଜଳି ଯାଉଛି। ଏହି ଘଟଣା ପରେ ସେ କାଫେରେ ଥିବା ଲୋକଙ୍କୁ ପୁଲିସକୁ ଡାକିବାକୁ କହିଥିଲେ।
Powered by Froala Editor