ସ୍ତ୍ରୀଙ୍କ ଦାମୀ ସଉକ, ଅଜବ ସର୍ତ୍ତ : ଅଢ଼େଇ କୋଟି ଦେଲେ ଗର୍ଭଧାରଣ କରିବି
ବିବାହ ପରେ ପିଲାଟିଏ ପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ହେଲେ ଜଣେ ମହିଳା ନିଜେ ସନ୍ତାନ ଜନ୍ମ କରିବା ପାଇଁ ସ୍ୱାମୀଙ୍କୁ ଟଙ୍କା ଦାବି କରିଛନ୍ତି । ସେ ପୁଣି ୨.୬ କୋଟି ଟଙ୍କା ।
ଦୁବାଇରେ ରହୁଥିବା ସାଉଦି ନାମକ ଜଣେ ମହିଳା କହିଛନ୍ତି ତାଙ୍କ ସ୍ୱାମୀ କୋଟି କୋଟି ଟଙ୍କା ରୋଜଗାର କରନ୍ତି, ଏପରି ପରିସ୍ଥିତିରେ ସେ ଟଙ୍କା କିମ୍ବା ଉପହାର ବିନା ଗର୍ଭବତୀ ହେବା କିମ୍ବା ସନ୍ତାନ ଜନ୍ମ କରିବାର ଯନ୍ତ୍ରଣା ମାଗଣାରେ କରନ୍ତି ନାହିଁ। ଏଥିପାଇଁ ସେ କେଉଁ ଜିନିଷ ଚାହୁଁଛନ୍ତି ତାହା ଆଗରୁ ସ୍ଥିର କରିଥାନ୍ତି, ଯାହା ବଦଳରେ ସେ ଗର୍ଭବତୀ ହୋଇ ଏକ ସନ୍ତାନ ଜନ୍ମ ଦେବେ। ପ୍ରତ୍ୟେକ ସନ୍ତାନଙ୍କ ଜନ୍ମ ପୂର୍ବରୁ ସେ ସ୍ୱାମୀଙ୍କଠାରୁ ଅତି କମରେ ୨.୫ କୋଟି ଟଙ୍କା ମୂଲ୍ୟର ଉପହାର ନେଇଥାନ୍ତି ବୋଲି କହିଛନ୍ତି।
ସାଉଦି କହିଛନ୍ତି ଯେ ଶିଶୁର ଜନ୍ମ ବଦଳରେ ସେ ନିଜକୁ ଏକ ନୂଆ କାର୍ ଏବଂ ତା’ର ମେଳ ଖାଉଥିବା ହର୍ମେସ ବର୍କିନ ବ୍ୟାଗ ଆଣିବାକୁ ଚାହୁଁଛନ୍ତି। ଏହାର ମୂଲ୍ୟ ୫୦ ରୁ ୫୫ ଲକ୍ଷ। ଏହା ବ୍ୟତୀତ, ସେ ତାଙ୍କ ସ୍ବାମୀଙ୍କ ଠାରୁ ପ୍ରତ୍ୟେକ ପିଲାଙ୍କ ପାଇଁ, ୨୦୦,୦୦୦ ଡଲାର ଅର୍ଥାତ୍ ୨ କୋଟିରୁ ଅଧିକ ଭତ୍ତା ନିଅନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ମାଗଣାରେ ସନ୍ତାନ ପ୍ରସବ କରିବାର ଯନ୍ତ୍ରଣା ନେବାକୁ ଚାହୁଁନାହାଁନ୍ତି। ଏହାକୁ ସେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ଭିନ୍ନ ଭନ୍ନ ମତ ଲୋକେ ଦେଇଛନ୍ତି ।
Powered by Froala Editor