କଣ୍ଟକପଲ୍ଲୀ ଟ୍ରେନ୍ ଦୁର୍ଘଟଣାର କାରଣ କହିଲେ ରେଳ ମନ୍ତ୍ରୀ, କ୍ରିକେଟ ମ୍ୟାଚ୍ ଦେଖୁଥିଲେ ଡ୍ରାଇଭର
ଅକ୍ଟୋବର ୨୯, ୨୦୨୩ ମସିହାରେ ଆନ୍ଧ୍ରପ୍ରଦେଶରେ ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣାର ଖୁଲାସା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ୨୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଲା କଣ୍ଟକପଲ୍ଲୀରେ ରାୟଗଡ଼ା ପାସେଞ୍ଜର ଓ ବିଶାଖାପଟନମ-ପଲାସା ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପାଇଁ ରାୟଗଡ଼ା ପାସେଞ୍ଜର ଟ୍ରେନ୍ର ଡ୍ରାଇଭର ଓ ସହକାରୀ ଡ୍ରାଇଭର ଦାୟୀ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ଟ୍ରେନର ଲୋକ ପାଇଲଟ ଏବଂ ସହାୟକ ଲୋକ ପାଇଲଟ ମୋବାଇଲରେ କ୍ରିକେଟ ମ୍ୟାଚ୍ ଦେଖୁଥିଲେ । ସେମାନଙ୍କ ଅସାବଧାନତା କାରଣରୁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଇଛି । ତେବେ ଆଗକୁ ଏଭଳି ଭୁଲର ପୁନରାବୃତ୍ତି କିଭଳି ନହେବ ସେ ଉପରେ ରେଳବାଇ ପକ୍ଷରୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ।
ଏବେ ଆମେ ଏମିତି ଏକ ବ୍ୟବସ୍ଥା କରୁଛୁ ଯେ ଚଳନ୍ତା ଟ୍ରେନ୍ରେ ଲୋକ ପାଇଲଟ କିମ୍ବା ସହକାରୀ ଲୋକପାଇଲଟଙ୍କ ଧ୍ୟାନ ସେମାନଙ୍କ କାମ ଉପରୁ ହଟିଲେ ତାହା ଧରି ନେବ ଓ ସତର୍କ କରାଇ ଦେବ। ଲୋକ ପାଇଲଟ ଓ ସହକାରୀ ଲୋକ ପାଇଲଟଙ୍କ ଧ୍ୟାନ ଯେପରି ସର୍ବଦା ସେମାନଙ୍କ କାର୍ଯ୍ୟ ଉପରେ ରହିବ, ତାକୁ ସୁନିଶ୍ଚିତ କରିବ ଏହି ବ୍ୟବସ୍ଥା।
ଅକ୍ଟୋବର ୨୯, ୨୦୨୩ ମସିହା ସଂନ୍ଧ୍ୟା ୭ଟାରେ ଏହି ଟ୍ରେନ ଦୁର୍ଘଟଣା ଘଟିଥିଲା । ବିଜୟନଗରମ ଜିଲ୍ଲାର କଣ୍ଟାକାପଲ୍ଲୀରୀ ଏହି ଦୁର୍ଘଟଣା ଘଟିଥିଲା । ଯଦିଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇଥିଲେ ତଥାପି ଅକାଳରେ ୧୪ ଜଣଙ୍କ ଜୀବନ ଚାଲିଯାଇଥିଲା ।
Powered by Froala Editor