ଦ୍ୱିତୀୟ ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ ଶେହବାଜ

ପାକିସ୍ତାନ ମୁସଲିମ୍ ଲିଗ୍ (ଏନ୍)ର ବରିଷ୍ଠ ନେତା ଶେହବାଜ ସରିଫ୍ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ସଂସଦରେ ଅତି ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଶେହବାଜ ଶରିଫ ରବିବାର ଦ୍ୱିତୀୟ ଥର ପାଇଁ ମେଣ୍ଟ ସରକାରର ନେତୃତ୍ୱ ନେବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସେ ସୋମବାର ରାଷ୍ଟ୍ରପତି ଭବନ ଆୱାମ-ଇ-ସାଦ୍ରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
ଏହା ପୂର୍ବରୁ ଶନିବାର ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଭୋଟିଂ ପୂର୍ବରୁ ଏହି ତଥ୍ୟ ପିଏମଏଲ-ଏନ ସପକ୍ଷରେ ଥିଲା ଏବଂ ଶାହବାଜ ସରିଫ ପୁଣି ଥରେ ଦେଶର ଦାୟିତ୍ୱ ନେବେ ବୋଲି ବିଶ୍ୱାସ କରାଯାଉଥିଲା । ତାଙ୍କ ବିରୋଧରେ ଇମ୍ରାନ୍ ଖାନ୍ ଙ୍କ ଦଳ ପିଟିଆଇର ନେତା ଓମାର ଆୟୁବ୍ ଖାନ୍ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ୭୨ ବର୍ଷୀୟ ଶେହବାଜ ୩୩୬ସଦସ୍ୟ ବିଶିଷ୍ଟ ଗୃହରେ ୨୦୧ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।
Powered by Froala Editor