ସୁରକ୍ଷାକର୍ମୀ - ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଶହୀଦ, ୧ ନକ୍ସଲ ନିହତ

କାଙ୍କେର: ଛତିଶଗଡ଼ କାଙ୍କେର ଜିଲାର ହିଦୁର ଅଞ୍ଚଳରେ ରବିବାର ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ହିଦୁରସ୍ଥିତ ଜଙ୍ଗଲରେ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଯବାନ ଜଣକ ବସ୍ତର ଫାଇଟର୍ସ କନଷ୍ଟେବଳ ରମେଶ କୁରେଠୀ ବୋଲି ଜଣାପଡ଼ିଛି। ଏଥିରେ ଜଣେ ନକ୍ସଲ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ନକ୍ସଲର ମୃତଦେହ ସହ ଏକେ୪୭ ମଧ୍ୟ ଜବତ ହୋଇଛି।
Powered by Froala Editor