ମାଇନସ ୨୫ ଡିଗ୍ରୀରେ ଥରୁଥିଲେ ବର-କନ୍ୟା, କାହିଁକି ଜାଣନ୍ତୁ...

ବାହାଘରକୁ ସ୍ମରଣୀୟ କରିବା ପାଇଁ ଏବେ ଡେଷ୍ଟିନେସନ୍ ୱେଡିଂ ଚାଲିଛି । କିଏ ଜଙ୍ଗଲରେ ବିବାହ କରୁଛି ତ କିଏ ସୁଉଚ୍ଚ ହିଲ୍ସକୁ ବାଛୁଛନ୍ତି । ହେଲେ ମାଇନସ୍ ୨୫ ଡିଗ୍ରୀରେ ବିବାହ କରିବା ବୋଧହୁଏ କେହି କେବେ କରିନଥିଲେ । ହଁ ପ୍ରେମିକାର ଇଚ୍ଛାକୁ ପୂରଣ କରିବା ପାଇଁ ପ୍ରେମିକ ମାଇନସ ୨୫ ଡିଗ୍ରୀରେ ବିବାହ କରିଛି ।
ପ୍ରେମିକାଙ୍କ ଏଭଳି ଇଚ୍ଛାକୁ ଧ୍ୟାନରେ ରଖି ପ୍ରେମିକ ଶେଷରେ ହିମାଞ୍ଚଳ ପ୍ରଦେଶର ଲାହୋଲ ସ୍ପିତି ସ୍ଥାନକୁ ବାଛିଥିଲେ।। ଯେଉଁଠିକାର ତପାମତ୍ରା ଥିଲା ମାଇନସ ୨୫ଡିଗ୍ରି ସେଲସିୟସ। ପ୍ରଥମେ ଏପରି ସ୍ଥାନରେ ବିବାହ ପାଇଁ ଝିଅ ଓ ପୁଅ ଘରଲୋକ ରାଜି ନଥିଲେ। ପରେ ସମସ୍ତେ ରାଜି ହୋଇଯାଇଥିଲେ। ଧୁମଧାମରେ ବିବାହ ହୋଇଥିଲା। ଗୁଜୁରାଟ ନବଦମ୍ପତ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ବି ହେଉଛି।
ଭିଡିଓରେ ବର-ବଧୂ ବସିଥିବା ମଣ୍ଡପ ଚାରିପଟେ ବରଫ ଆଚ୍ଛାଦିତ ହୋଇଯାଇଥିବା ଦେଖିବାକୁ ମିଳୁଛି। ବର-ବଧୂଙ୍କ ସହିତ ବିବାହ ମଣ୍ଡପରେ ଉପସ୍ଥିତ ଥିବା ବ୍ରାହ୍ମଣ ଓ ଅତିଥିମାନେ ଥଣ୍ଡାରେ କମ୍ପୁଥିବା ବି ଦେଖିବାକୁ ମିଳୁଛି।
Powered by Froala Editor