ପଦ୍ମକୁ ଡେଇଁଲେ ପ୍ରଶାନ୍ତ ଜଗଦ୍ଦେବ
ଭୁବନେଶ୍ୱର: ଯାହା ଚର୍ଚ୍ଚା ହେଉଥିଲା, ତାହା ସତରେ ପରିଣତ ହେଲା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଜେଡିରୁ ବହିଷ୍କୃତ ହୋଇଥିବା ଆଉ ଜଣେ ନେତା ଏବେ ପଦ୍ମ ଶିବିରକୁ ଡେଇଁଛନ୍ତି । ଆଜି ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବାକୁ ଯାଉଛନ୍ତି । ସେଥିପାଇଁ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ନିଜର ଶତାଧିକ କର୍ମୀଙ୍କ ସହ ସେ ‘ଜୟ ଶ୍ରୀରାମ’ ନାରା ଦେଇ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ସମସ୍ତେ ଜାଣନ୍ତି ଯେ ଗତ କିଛି ଦିନ ହେଲା ବିଜେଡି ନେତା ଓ କର୍ମୀ ‘ଜୟ ଜଗନ୍ନାଥ’ ନାରା ଦେଉଥିବାବେଳେ ବିଜେପି କର୍ମୀ ଓ ନେତା ‘ଜୟ ଶ୍ରୀରାମ’ ନାରା ଦେଉଛନ୍ତି । ଏହି ସମୟରେ ପ୍ରଶାନ୍ତଙ୍କ ମୁହଁରୁ ‘ଜୟ ଶ୍ରୀରାମ’ ନାରା ତାଙ୍କର ବିଜେପିରେ ମିଶିବା ଚର୍ଚ୍ଚାକୁ କନଫର୍ମ କରିଛି । ନିଜର ଦବଙ୍ଗଗିରି ପାଇଁ ବିବାଦୀୟ ହୋଇଥିବା ପ୍ରଶାନ୍ତ ଦୀର୍ଘଦିନ ଧରି ଚଶଲିକା ରାଜନୀତିରୁ ଦୂରେଇ ରହିଥିବା ବେଳେ ବିଜେପିରେ ମିଶିବା ନେଇ ଗତ କିଛି ଦିନ ଲୋ ଚର୍ଚ୍ଚା ହେଉଥିଲା । ତେବେ ଆଜି ଉକ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି । ଆଉ କିଛି ସମୟ ପରେ ସେ ବିଜେପିର ତୁଙ୍ଗ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିବେ ।
କିଛି ବର୍ଷ ପୂର୍ବରୁ ଚିଲିକା ବ୍ଲକ କାର୍ୟ୍ୟାଳୟରେ ସେ କିଛି ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଏହି ଘଟଣାରେ ଦଳ ତାଙ୍କୁ ବହିଷ୍କାର କରିଥିଲା। ନିର୍ବାଚନ ପୂର୍ବରୁ ଏହି ବିବାଦର ସମାଧାନ ହେବ ବୋଲି ସେ ଭାବିଥିବା ବେଳେ ତାହା ସମ୍ଭବପର ହୋଇ ପାରି ନ ଥିଲା। ଏହାପରେ ନିଜ ଆଚରଣ ପାଇଁ ୨୦୨୧ ମସିହା ସେପ୍ଟେମ୍ବର ୯ରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ।
Powered by Froala Editor