ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ କରାଯାଇପାରେ ସିଏଏ
ନାଗରିକତା ସଂଶୋଧନ ଆଇନ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଲାଗୁ ହେବ । ଆଗାମୀ ମାସର ପ୍ରଥମ ସପ୍ତାହରେ ସିଏଏର ନିୟମ ଲାଗୁ କରାଯାଇପାରେ । ସରକାରୀ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଏନଡିଟିଭି ରିପୋର୍ଟ କରିଛି ଯେ ଆସନ୍ତା ମାସ ପ୍ରଥମ ସପ୍ତାହରେ ସିଏଏର ନିୟମ ଲାଗୁ ହୋଇପାରେ। ମାର୍ଚ୍ଚ ପ୍ରଥମ ସପ୍ତାହ କିମ୍ବା ଏହାର ପରଦିନ ସିଏଏର ନିୟମ ଲାଗୁ ହେବ, ନିୟମ ଲାଗୁ ହେବା ମାତ୍ରେ ସିଏଏ ଆଇନ କାର୍ଯ୍ୟକାରୀ ହେବ ।
ସରକାରୀ ଉଚ୍ଚ ପଦସ୍ତ ସୂତ୍ର କହିଛନ୍ତି ଯେ, ସିଏଏ ଲାଗୁ କରିବା ପାଇଁ ସଠିକଭାବେ ପୋର୍ଟାଲ ପ୍ରସ୍ତୁତ ହୋଇସାରିଛି । କାରଣ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ ହେବ।
ସିଏଏ ଆଇନ ଅର୍ଥାତ ନାଗରିକାତା ସଂଶୋଧନ ଆଇନ ୨୦୨୯ ତିନି ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ଥାନ ଏବଂ ବାଲାଂଦେଶର ସେହି ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକାତା ଦେବା ଲାଗି ରାସ୍ତା ଖୋଲୁଛି । ଏହି ନିୟମ ସେହିମାନଙ୍କ ପାଇଁ ଯେଉଁମାନେ ବହୁ ସମୟରୁ ଭାରତରେ ଶରଣ ନେଇଛନ୍ତି । ଆବେଦନକାରୀଙ୍କୁ ବିନା ଟ୍ରାଭେଲ ଡକ୍ୟୁମେଣ୍ଟରେ ଭାରତରେ ପ୍ରବେଶ କରିଥିବା ବର୍ଷ ପ୍ରକାଶ କରିବାକୁ ପଡିବ । ଆବେଦନକାରୀଙ୍କ ଠାରୁ କୌଣସି କାଗଜପତ୍ର ପଚରାଯିବ ନାହିଁ।
Powered by Froala Editor