ଜମି ଚୁକ୍ତି ମାମଲାରେ ଟିଏମସି ନେତାଙ୍କୁ ହତ୍ୟା
![ଜମି ଚୁକ୍ତି ମାମଲାରେ ଟିଏମସି ନେତାଙ୍କୁ ହତ୍ୟା](https://odishanewslens.com/news_gallery/28304_1708978586.jpg)
ପଶ୍ଚିମବଙ୍ଗର ଜଣେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରବିବାର (୨୫ ଫେବୃଆରୀ) ରାତିରେ ଉତ୍ତର ୨୪ ପରଗଣା ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସେଠାରେ ବହୁ ସଂଖ୍ୟକ ପୋଲିସ ନିୟୋଜିତ ହୋଇଥିଲେ ଏବଂ ଆକ୍ରମଣକାରୀଙ୍କ ସନ୍ଧାନକୁ ଜୋରଦାର କରାଯାଇଛି।
ସୂଚନା ଅନୁସାରେ, ମୃତ ଟିଏମସି ନେତା ହେଉଛନ୍ତି ୪୯ ବର୍ଷୀୟ ବିଜନ ଦାସ। ଏକ ଜମି ଚୁକ୍ତି ନେଇ ଚାଲିଥିବା କଥାବାର୍ତ୍ତା ମଧ୍ୟରେ ଟିଏମସି ନେତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା କୁହାଯାଉଛି। ସେ ଜଣେ ସହକର୍ମୀଙ୍କ ଘରକୁ ଯାଉଥିଲେ। ଏହି ସମୟରେ ଜମି ଚୁକ୍ତି ନେଇ ଚାଲିଥିବା ଏକ ମାମଲା ବାବଦରେ ପଚାରି ବୁଝୁଥିଲେ ବିଜନ ଦାସ। କଥାବାର୍ତ୍ତା ସମୟରେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା।
ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ବରାସତ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
Powered by Froala Editor