ପର୍ସରୁ ମିଳିଲାନି ୩୫ ଟଙ୍କା, ୧୨୨ ପିଲାଙ୍କୁ ନେଇ ମନ୍ଦିରରେ ନିୟମ କରାଇଲେ ଶିକ୍ଷୟିତ୍ରୀ
ଶିକ୍ଷୟିତ୍ରୀଙ୍କ ପର୍ସରୁ ୩୫ ଟଙ୍କା ଗାଏବ ଥିଲା । ହେଲେ ସେ ସ୍କୁଲର ପିଲାଙ୍କ ଉପରେ ସନ୍ଦେହ କରି ସମସ୍ତଙ୍କୁ ମନ୍ଦିର ଦେଇଯାଇଥିଲେ । ସେଠାରେ ନିୟମ କରିବାକୁ କହିଥିଲେ । ବିହାର ରାଜ୍ୟ ବାଙ୍କା ଜିଲ୍ଲାର ଏକ ସ୍କୁଲରେ ଏ ଘଟଣା ଘଟିଥିବାବେଳେ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଶିକ୍ଷୟିତ୍ରୀଙ୍କୁ ଶିକ୍ଷା ବିଭାଗକୁ ବଦଳି କରାଯାଇଛି ।
ସୂଚନା ଅନୁସାରେ, ବୁଧବାର ଦିନ ଜିଲ୍ଲାର ରାଜୌନ ବ୍ଲକ୍ ଅନ୍ତର୍ଗତ ଆସ୍ମାନୀଛକ ଗାଁ’ ସ୍କୁଲ୍ରେ ସମୁଦାୟ ୧୨୨ଜଣ ପିଲା ଉପସ୍ଥିତ ଥିଲେ। ସ୍କୁଲ୍ରେ ସ୍କୁଲ୍ର ଶିକ୍ଷକ ସଂଖ୍ୟା ୨ କିନ୍ତୁ, ବୁଧବାର ଦିନ ସ୍କୁଲ୍କୁ ଯାଇଥିଲେ କେବଳ ନୀତୁ। ପିଲାମାନେ ପହଞ୍ଚିବା ପରେ ଶିକ୍ଷୟିତ୍ରୀ ନୀତୁ କୁମାରୀ ସେମାନଙ୍କୁ ପର୍ସରେ ରଖିଥିବା ପାଣି ବୋତଲ ଆଣିବାକୁ କହିଲେ।
ତା’ର କିଛି ସମୟରେ ପରେ ନୀତୁ ଦେଖିଲେ ପର୍ସରେ ୩୫ ଟଙ୍କା ନାହିଁ। ଏକଥା ପଚାରିବାରୁ ପିଲାମାନେ ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ। ତେଣୁ ଶିକ୍ଷୟିତ୍ରୀ ନୀତୁ ସେମାନଙ୍କୁ ମନ୍ଦିରକୁ ନେଇ ଯାଇ ଠାକୁରଙ୍କ ନାଁ’ରେ ନିୟମ କରିବାକୁ କହିଥିଲେ।
ଗ୍ରାମବାସୀ ଓ ଅଭିଭାବକମାନେ ନୀତୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଶୁକ୍ରବାର ଦିନ ବ୍ଲକ୍ ଏଜୁକେସନ୍ ଅଫିସର କୁମାର ପଙ୍କଜ ନୀତୁଙ୍କୁ ବଦଳି କରାଯାଇଥିବା କଥା ଘୋଷଣା କରିଛନ୍ତି।
Powered by Froala Editor