ଆଉ ଶୁଭିବନି ଅମିନ ସୟାନିଙ୍କ ସ୍ୱର : ୬୦ ବର୍ଷ ଧରି ରେଡିଓ ଶ୍ରୋତାଙ୍କ ହୃଦୟରେ ରାଜ କରୁଥିଲେ
ଦୀର୍ଘ ୬୦ ବର୍ଷ ଧରି ରେଡିଓ ଶ୍ରୋତାଙ୍କ ହୃଦୟରେ ରାଜ କରୁଥିବା ଅମିନ ସୟାନି ଆଉ ନାହାନ୍ତି। ମୁମ୍ବାଇରେ ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଏନେଇ ଅମିନ ସୟାନିଙ୍କ ପୁଅ ରାଜୀବ ସୂଚନା ଦେଇଛନ୍ତି।
୧୯୩୨ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅମିନ ସାୟାନି ୬୦ ବର୍ଷ ଧରି ରେଡିଓରେ ସଂପୃକ୍ତ ଥିଲେ। ଗତ ରାତିରେ ହଠାତ୍ ଅମିନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ହୃଦଘାତରେ ଅମିନ ସୟାନିଙ୍କ ମୃତ୍ୟୁ ହୋଇଥିବା ମେଡିକାଲ ସୂତ୍ରରୁ ପ୍ରକାଶ ।
ମନୋରଞ୍ଜନ ଜଗତରେ ଜଣେ ଜଣାଶୁଣା ନାଁ ଥିଲେ ଅମିନ ସାୟାନି। ପ୍ରାୟ ୫୪ ହଜାର ରେଡିଓ ପ୍ରୋଗ୍ରାମ ଓ ୧୯ ହଜାର ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମର ସେ ପ୍ରଯୋଜକ ଥିଲେ। ରେଡିଓରେ ତାଙ୍କ ବେହେନୋ ଔର ଭାଇୟୋ ସ୍ବର ସମସ୍ତଙ୍କ ପ୍ରାଣରେ ମନୋରଞ୍ଜନର ଅପୂର୍ବ ଆନନ୍ଦ ଭରି ଦେଉଥିଲା। ବମ୍ବେରେ ବାସ କରୁଥିବା ବେଳେ ଭାଇ ହମିଦ ସାୟାନିଙ୍କ ଜରିଆରେ ସେ ଅଲ ଇଣ୍ଡିଆ ରେଡିଓରେ ପ୍ରବେଶ କରିଥିଲେ। ରେଡିଓ କାର୍ଯ୍ୟକ୍ରମ ସହ ଭୂତ ବଙ୍ଗଳା, ତିନ ଦେବୀୟାଁ, ବକ୍ସର, କତଲ ଆଦି ଫିଲ୍ମରେ ବି ଅଭିନୟ କରିଥିଲେ। ନିଜର କ୍ୟାରିୟର ବେଳ ସେ ମା କୁଲସୁମ ସାୟାନୀଙ୍କୁ ଏଡିଟିଂ, ପବ୍ଲିଶିଂ ଓ ପ୍ରିଣ୍ଟିରଂ ସହାୟତା କରିଥିଲେ।
Powered by Froala Editor