ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ରାଜ କହିଲେ ନବୀନ

ଭୁବନେଶ୍ବର: ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦ ଯୋଗୁଁ ଗତ ୨୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହିବା ସହ ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇପାରିଛି । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରି ସଫଳତା ବିରଳ । କାରଣ ନିକଟରେ ଇଣ୍ଡିଆ ଟୁଡେ ସର୍ଭେରେ ନବୀନଙ୍କୁ ପୁଣି ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରିଛି ।
ସର୍ଭେର ଫଳାଫଳ ନେଇ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସମୟରେ ଗୋଟିଏ ଉଦାହରଣ ଦେଇଥିଲେ । ଜଣେ ପିଲା ଏକ ନମ୍ବର ହେବା ପାଇଁ କ୍ଲାସରେ ବହୁତ ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ ଆପଣ ଗତ ଦୀର୍ଘ ୨୪ ବର୍ଷ ଧରି ଭାରତ ବର୍ଷରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ରହିବାର ରହସ୍ୟ କ’ଣ ବୋଲି ପଚାରିଥିଲେ କାର୍ତ୍ତିକ ପାଣ୍ଡିଆନ । ଏହାର ଉତ୍ତରରେ ବେଶ ସାବଳୀଳ ଢଙ୍ଗରେ ନବୀନ କହିଥିଲେ ଯେ, ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
Powered by Froala Editor