କଂଗ୍ରେସ ଦଳ ଛାଡିଲେ ଅଂଶୁମାନ ମହାନ୍ତି
ଭୁବନେଶ୍ୱର : ଗୋଟିଏ ପଟେ ୨୦୨୪ ନିର୍ବାଚନ ପାଇଁ ଦଳକୁ ମଜଭୁତ କରିବା ତଥା ମୋଦୀ ସରକାରଙ୍କ ଦୁର୍ନୀତି ବିରୋଧରେ ଲୋକଙ୍କୁ ଅବଗତ କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରୁଥିବାବେଳେ ଏପଟେ ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଦଳ ଛାଡ଼ୁଛନ୍ତି ।
ଏହାରି ଭିତରେ ଓଡିଶା କଂଗ୍ରେସକୁ ଲାଗିଛି ଶକ୍ତ ଝଟ୍କା । କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ପିସିସି ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଅଂଶୁମାନ ମହାନ୍ତି ।
କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ୨୦୧୪ରୁ ୨୦୧୯ ଯାଏ ରାଜନଗରର ବିଧାୟକ ଥିଲେ । ଏପିରିକି ନିକଟରେ ରାହୁଲ ଗାନ୍ଧିଙ୍କ ନ୍ୟାୟ ଯାତ୍ରାରେ ସକ୍ରିୟ ଭୂମିକା ନେଇଥିଲେ । କୁତ୍ରା, ବଡ଼ଗାଁ, ରାଉରକେଲା ଯାତ୍ରାରେ ଯୋଗ ଦେଇଥିଲେ। ପୂର୍ବତନ ବିଧାୟକ ନଳିନୀକାନ୍ତ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି । ଏବେ କଂଗ୍ରେସ ସହିତ ଦୀର୍ଘ ଦିନ ଧରି ଥିବା ସଂପର୍କକୁ କାଟିଛନ୍ତି ଅଂଶୁମାନ ମହାନ୍ତି । କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ।
Powered by Froala Editor