ଟୁଥପେଷ୍ଟ ଟ୍ୟୁବରେ ଭିନ୍ନ ଭିନ୍ନ ରଙ୍ଗର ପଟି କାହିଁକି ରହିଥାଏ ଜାଣନ୍ତି କି ?

ନିଦରୁ ଉଠିବା ପରେ ସକାଳୁ ସକାଳୁ ସମସ୍ତେ ନିଜ ନିଜର ଦୈନନ୍ଦିନ ଜୀବନଚର୍ୟ୍ୟା ଆରମ୍ଭ କରିଥାନ୍ତି। ତାହା ଭିତରେ ଆମେ ଦାନ୍ତ ସକାଳେ ବ୍ରସରେ ପେଷ୍ଟ ଲଗାଇ ଦାନ୍ତ ଘଷିବା ମଧ୍ୟ ଅନ୍ୟତମ। ତେବେ କ’ଣ ଜାଣନ୍ତି କି? ଆମେ ଯେଉଁ ଟୁଥପେଷ୍ଟ ବ୍ୟବହାର କରୁ ତା’ର ଟ୍ୟୁବ ଉପରେ ଭିନ୍ନ ଭିନ୍ନ ରଙ୍ଗର ପଟି କାହିଁକି ରହିଥାଏ ଓ ଏହାର ଅର୍ଥ କ’ଣ?
ସବୁଜ ରଙ୍ଗର ପଟି: ସବୁଠାରୁ ପ୍ରଥମେ ଆମେ ସବୁଜ ରଙ୍ଗର ପଟି ସମ୍ପର୍କରେ କହିବାକୁ ଯାଉଛୁ। ଏହି ପଟିର ଅର୍ଥ ହେଉଛି ଆପଣଙ୍କ ଟୁଥପେଷ୍ଟ ହର୍ବାଲ ଜିନିଷରେ ତିଆରି ହୋଇଛି। ଏହା ଦାନ୍ତ ପାଇଁ ଖୁବ୍ ଲାଭଦାୟକ।
ଲାଲପଟି: ଯେଉଁ ଟୁଥପେଷ୍ଟରେ ଲାଲ ରଙ୍ଗର ପଟି ରହିଛି ଏଥିରେ ହର୍ବାଲ ଓ କେମିକାଲ ମିକ୍ସ ରହିଛି। ଏହି ଟୁଥପେଷ୍ଟ ସବୁଜ ତୁଳନାରେ କମ୍ ଭଲ ରହିଥାଏ।
ନୀଳରଙ୍ଗର ପଟି: ନୀଳ ରଙ୍ଗର ପଟି ଥିବା ଟୁଥପେଷ୍ଟ ଦାନ୍ତ ଏବଂ ମାଢି ପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ।
କଳାରଙ୍ଗର ପଟି: ଯେଉଁ ଟୁଥପେଷ୍ଟର ପଛରେ କଳା ରଙ୍ଗର ପଟି ରହିଥାଏ, ସେଥିରେ ଖୁବ୍ ଅଧିକ ମାତ୍ରାରେ ରାସାୟନିକ ପଦାର୍ଥ ରହିଥାଏ। ଯଦି ଆପଣ ଟୁଥପେଷ୍ଟରେ ଏଭଳି କିଛି ରହିଛି, ତେବେ ଏହାର ବ୍ୟବହାର ଆଜି ହିଁ ବନ୍ଦ କରିଦିଅନ୍ତୁ। କାରଣ ଏଭଳି ଟୁଥପେଷ୍ଟ ଦାନ୍ତ ଏବଂ ମାଢି ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ।
Powered by Froala Editor