ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ
ଜି ଉଦୟଗିରି: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମହିଳା ହେଲେ ଜି ଉଦୟଗିରି ଥାନା ଅନ୍ତର୍ଗତ ରତିଙ୍ଗିଆ ପଞ୍ଚାୟତ ସ୍ଥିତ ଡକେଡି ଦେରୀନାଯୁ ଗ୍ରାମର ନିର୍ମଳା ନାୟକ (୬୨ )। ବିବରଣୀରୁ ପ୍ରକାଶ ଯେ ,ସକାଳ ପ୍ରାୟ ୭ଟା ସମୟରେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ ଏକ ଗଛ ଡ଼ାଳ କାଟୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ନିର୍ମଳାଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଓ ଦମକଳବାହିନୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।
Powered by Froala Editor