Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ...

  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ...

  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ...

  • ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ...

  • ସୁପ୍ରିମକୋର୍ଟରେ ଟ୍ବିଶା ଶର୍ମା ମୃତ୍ୟୁ ...

  • ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ...

  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ...

  • ଦେଶରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ...

  • ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ...

  • କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ...

Home ›› ››ଓଡ଼ିଶାର ଶାସନ ବ୍ୟବସ୍ଥା ପାରଦର୍ଶୀ ଓ ସୁଶାସନର ପ୍ରତୀକ ଭାବେ ଉଭା ହୋଇଛି:ରାଜ୍ୟପାଳ

ଓଡ଼ିଶାର ଶାସନ ବ୍ୟବସ୍ଥା ପାରଦର୍ଶୀ ଓ ସୁଶାସନର ପ୍ରତୀକ ଭାବେ ଉଭା ହୋଇଛି:ରାଜ୍ୟପାଳ

2024-02-05 07:26:43
14586
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଶାର ଶାସନ ବ୍ୟବସ୍ଥା ପାରଦର୍ଶୀ ଓ ସୁଶାସନର ପ୍ରତୀକ ଭାବେ ଉଭା ହୋଇଛି:ରାଜ୍ୟପାଳ


ଭୁବନେଶ୍ୱର: ୫-ଟି ଓ ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ ।  ଏହାଦ୍ୱାରା ସରକାର ଓ ଲୋକଙ୍କ ମଧ୍ୟରେ ଦୂରତା କମିଛି । ମହିଳା ସଶକ୍ତିକରଣ, ସ୍କୁଲ ରୂପାନ୍ତରଣ, ପୁଞ୍ଜି ନିବେଶ, ଖାଦ୍ୟ ସୁରକ୍ଷା, ଯୁବବର୍ଗଙ୍କୁ ଦକ୍ଷ କରିବା ଦିଗରେ ସରକାର କାର୍ୟ୍ୟ କରୁଛି । ଓଡ଼ିଶାର ଶାସନ ବ୍ୟବସ୍ଥା ପାରଦର୍ଶୀ ଓ ସୁଶାସନର ପ୍ରତୀକ ଭାବେ ଉଭା ହୋଇଛି ।  ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ପରିପ୍ରେକ୍ଷୀରେ ନିଜର ଅଭିଭାଷଣ ରଖି ରାଜ୍ୟପାଳ ଏହା କହିଛନ୍ତି ।

 ସୋମବାର ଠାରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ବିଧାନସଭା ଭିତରେ ପ୍ରବେଶ ପୂର୍ବରୁ ପ୍ରଥମେ ରାଜ୍ୟପାଳଙ୍କୁ ଗାର୍ଡ ଅର୍ଫ ଅନର ଦିଆଯାଇଥିଲା । ପରେ ରାଜ୍ୟପାଳ ବିଧାନସଭା ଭିତରେ  ଦିବଂଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହ ସହିଦ ଯବାନମାନଙ୍କୁ ମଧ୍ୟ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ରାଜ୍ୟପାଳ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । 

ନିଜର ଅଭାଭାଷଣ ପ୍ରାରମ୍ଭରେ ରାଜ୍ୟପାଳ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ପ୍ରକଳ୍ପ ୮ଶହ କୋଟିରେ ନିର୍ମାଣ ହୋଇଛି ଯାହା ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ । ଏହି ପ୍ରକଳ୍ପ ଆଗନ୍ତୁକଙ୍କୁ ଅତ୍ୟାଧୁନିକ ସୁବିଧା ଦେବ । ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଥିବା ରାଜ୍ୟପାଳ କହିଛନ୍ତି । 

ଏହାଛଡ଼ା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପ ବି ଲୋକାର୍ପିତ ହୋଇଛି । ନୂଆ-ଓ ଯୁବ ଭାଗିଦାରୀକୁ  ସଶକ୍ତ କରିବ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ କରାଯାଇଥିବା ସେ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ୨୦୨୨-୨୩ରେ ୬.୦୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଛି ।   ୧୧୩.୭୬ ରାସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଛି ।   ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ଦିଆଯାଇଛି ।  

ସେହିପରି ରାଜ୍ୟପାଳ କହିଛନ୍ତି ଯେ ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି । ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି ।  ଏହାଛଡ଼ା ପ୍ରତି ପରିବାରକୁ ୫ଲକ୍ଷ ଓ ମହିଳା ସଦସ୍ୟଙ୍କୁ ଆଉ ୫ ଲକ୍ଷର ଚିକିତ୍ସା ସହାୟତା ମିଳୁଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟର ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି । ଏହାଛଡ଼ା ୭୫୦ କୋଟି ବ୍ୟୟରେ ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭ ହୋଇଛି ।

ଏହାଛଡ଼ା ରାଜ୍ୟପାଳ କହିଛନ୍ତି ଯେ ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳୁଛି । ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ମାସିକ ୩୫ କେଜି ଚାଉଳ ମାଗଣା ମିଳୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପରିବାକୁ ରାଜ୍ୟ ସରକାର ଚାଉଳ ଦେଉଛନ୍ତି । ୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି । ୧୭.୧୧ ଲକ୍ଷ ଚାଷୀଙ୍କ ଠାରୁ ୭୯.୧୬ ଲକ୍ଷ ଟନ ଧାନ ସଂଗ୍ରହ ହୋଇଛି । ରାଜ୍ୟର ୪୦ ପ୍ରତିଶତ ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି । ୨୦୧୪-୧୫ରୁ ଏଯାଏଁ ୩୪.୨୫ ଲକ୍ଷ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି ।

ସମୟ ପୂର୍ବରୁ ଘର ସାରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ଦିଆଯାଇଛି । ମଧ୍ୟବିତ୍ତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ ‘ମୋ ଘର’ ଆରମ୍ଭ ହୋଇଛି । ‘ଆମ ଓଡ଼ିଶା ନବୀନ ଓଡ଼ିଶା’ରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଦିଆଯାଉଛି । 

ରାଜ୍ୟର ୧୦ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି । ତେବେ ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବ ସହରାଞ୍ଚଳ ବସ୍ତିମୁକ୍ତ ହେବ । ସେହିପରି ନୁ୍ୟୟର୍କ, ଟୋକିଓ, ସିଙ୍ଗାପୁର ଭଳି ଓଡ଼ିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଚାଲିଛି । ଡ୍ରିଙ୍କ ଫ୍ରମ ଟ୍ୟାପରେ ପୁରୀ ଓ ଗୋପାଳପୁର ଦେଶର ପ୍ରଥମ ଓ ୨ୟ ସହର । ୨୪ ହସରାଞ୍ଚଳର ୨୩ ଲକ୍ଷ ବାସିନ୍ଦା ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ପାଉଛନ୍ତି । ୩୪୧୧ କୋଟି ଖର୍ଚ୍ଚରେ ୬୮୭୨ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି । କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି । ମିଶନ ଶକ୍ତି ଋଣ ଯୋଜନାରେ ବିନା ସୁଧରେ ୫ ଲକ୍ଷ ଯାଏଁ ଋଣ ମିଳୁଛି ବୋଲି ରାଜ୍ୟପାଳ କହିଛନ୍ତ ।

ଏହାଛଡ଼ା ଆନ୍ତଃ-ଜାତି ବିବାହକୁ ସ୍ୱୀକୃତି ପାଇଁ ଦମ୍ପତିଙ୍କୁ ୨.୫ ଲକ୍ଷ ପ୍ରୋତ୍ସାହନ ଦିଆଯାଉଛି । ୫୩.୦୯ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଉଛି । ଅସହାୟା, ସ୍ୱାମୀ ପରିତ୍ୟକ୍ତା ଓ କୋଭିଡ ଯୋଗୁଁ ବିଧବାଙ୍କୁ ଭତ୍ତା ମିଳୁଛି । 

Powered by Froala Editor

Tags Assembly

Related articles Odisha News Lens 4.1

  • ସୁପ୍ରିମକୋର୍ଟରେ ଟ୍ବିଶା ଶର୍ମା ମୃତ୍ୟୁ ମାମଲା
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ଟ୍ବିଶା ଶର୍ମା ମୃତ୍ୟୁ ମାମଲା

    14828
    May 24, 2026
  • ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ
    ଦେଶ-ଦେଶାନ୍ତର

    ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତେଲଙ୍ଗାନାରେ ପ୍ରାଣ ହରାଇଲେଣି ୧୬ ଜଣ

    14904
    May 24, 2026
  • ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ...
    ଦେଶ-ଦେଶାନ୍ତର

    ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ...

    14783
    May 24, 2026
  • ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ସରକାର
    ଦେଶ-ଦେଶାନ୍ତର

    ଇବୋଲା ପ୍ରକୋପ : ଆଡଭାଇଜରୀ ଜାରି କଲେ ଭାରତ ସରକାର

    13775
    May 24, 2026
  • ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...
    ଦେଶ-ଦେଶାନ୍ତର

    ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ...

    15441
    May 24, 2026
  • କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା
    ଦେଶ-ଦେଶାନ୍ତର

    କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା

    15346
    May 23, 2026
  • ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ, ସନ୍ଦିଗ୍ଧ ଗିରଫ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ, ସନ୍ଦିଗ୍ଧ ଗିରଫ

    13912
    May 23, 2026
  •  ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ
    ବିଶେଷ

    ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15349
    May 24, 2026
  • ଦେଶରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ
    ଦେଶ-ଦେଶାନ୍ତର

    ଦେଶରେ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ

    14104
    May 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ଦୁଷ୍କର୍ମ

    14315
    May 24, 2026
  • ଦେଶ-ଦେଶାନ୍ତର

    ବଢିବାରେ ଲାଗିଛି ଇବୋଲା ଭାଇରସ, କଙ୍ଗୋ ଏବଂ ୟୁଗାଣ୍ଡା ଯାତ୍ରା ନ କରିବାକୁ ଭାରତର ପରାମର୍ଶ

    15441
    May 24, 2026
  • ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ, ସନ୍ଦିଗ୍ଧ ଗିରଫ

    13912
    May 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16875
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17495
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17541
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17926
    Sep 06, 2023

ବିଶେଷ

  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15349
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14963
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14375
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14501
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15561
    May 17, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15418
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15160
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15650
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13983
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୮୨ ମୃତ, ୯ ଶ୍ରମିକଙ୍କ ମିଳୁନି ପତ୍ତା

    15346
    May 23, 2026
  • ନର୍ସିଂହୋମରେ ଓଟିରେ ଯୁବତୀଙ୍କୁ ଦୁଷ୍କର୍ମ

    14315
    May 24, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15349
    May 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In